Latest Odisha News

BREAKING NEWS

ଏକ ସପ୍ତାହ ମଧ୍ୟରେ ପ୍ରତି ଜିଲ୍ଲାରେ ହେବ କୋଭିଡ ହସ୍ପିଟାଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଂଟା ଭିଡିଛନ୍ତି । ଏକ ସପ୍ତାହ ମଧ୍ୟରେ ପ୍ରତି ଜିଲ୍ଲାରେ ତିଆରି ହେବ କୋଭିଡ ହସ୍ପିଟାଲ । ଚଳିତ ମାସ ସୁଦ୍ଧା ରାଜ୍ୟର ୩୬ଟି ସ୍ଥାନରେ ୬ହଜାର ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ତିଆରି ହେବ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ବ୍ରହ୍ମପୁରର ଏମ୍‌କେସିଜି ପରେ ଆଗାମୀ ଦୁଇ ଦିନ ମଧ୍ୟରେ ବୁର୍ଲାର ଭିମସାରରେ କରୋନା ନମୂନା ପରୀକ୍ଷଣ ସୁବିଧ ଉପଲବ୍ଧ କରିବା ପାଇଁ ପଦକ୍ଷେପ ନେବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ନବୀନ ନିବାସରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଟ ଅଧିକାରୀମାନଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.