Latest Odisha News

BREAKING NEWS

କରୋନା ମୁକାବିଲା: ୧୦୦ କୋଟିର ସହାୟତା ପ୍ରଦାନ କଲା ଆଇସିଆଇସିଆଇ

ମୁମ୍ବାଇ: କରୋନା-୧୯ ଭୂତାଣୁ ବିରୋଧରେ ସରକାର ଚଳାଇଥିବା ସଂଗ୍ରାମ ପ୍ରତି ଆଇସିଆଇସିଆଇ ବ୍ୟାଙ୍କ ୧୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛି । ଏହି ଅର୍ଥ ମଧ୍ୟରୁ ୮୦ କୋଟି ଟଙ୍କା ‘ପିଏମ କେୟାର ଫଣ୍ଡ’କୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ୨୦ କୋଟି ଟଙ୍କା ରାଜ୍ୟ ସରକାର ଓ ସ୍ଥାନୀୟ ସ୍ୱାୟତ୍ତଶାସିତ ସଂସ୍ଥାକୁ ସେମାନଙ୍କ କାର୍ଯ୍ୟ ନିମନ୍ତେ ପ୍ରଦାନ କରାଯିବ । ଏହି ଅର୍ଥ ଆଇସିଆଇସିଆଇ ବ୍ୟାଙ୍କ ଓ ଏହାର ସହଯୋଗୀ ପ୍ରଦାନ କରିଛନ୍ତି ।

ଏହି ଅବସରରେ ବ୍ୟାଙ୍କର ସଭାପତି ସନ୍ଦୀପ ବାତ୍ରା କହିଛନ୍ତି ଯେ, “ଦେଶର ପ୍ରଗତି ସମୟରେ ଏବଂ ଆବଶ୍ୟକତା ଥିବା ସମୟରେ ଆଇସିଆଇସିଆଇ ଗ୍ରୁପ ସର୍ବଦା ସହଯୋଗ ପ୍ରଦାନ କରିଆସିଛି । ଦେଶ ଓ ଏହାର ନାଗରିକଙ୍କ ପାଇଁ କୋଭିଡ଼-୧୯ ଭୂତାଣୁ ଏକ ଆହ୍ୱାନକର ପରିସ୍ଥିତି ସୃଷ୍ଟି କରିଛି । ଏହି ଆହ୍ୱାନର ମୁକାବିଲା ପାଇଁ ସମସ୍ତେ ଏକତ୍ରିତ ହୋଇ ଛିଡ଼ାହେବା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ସେ କହିଛନ୍ତି । ରାଜ୍ୟ ସରକାର ଓ ‘ପିଏମ କେୟାର ଫଣ୍ଡ’କୁ ଦାନ କରି ଆମେ କୋଭିଡ଼ ବିରୋଧୀ ସଂଗ୍ରାମ ପ୍ରତି ସହଭାଗିତା ପ୍ରଦର୍ଶନ କରିଛୁ । ଜନସାଧାରଣଙ୍କ ସାହାସିକ ଉଦ୍ୟମ ପ୍ରତି ଆମେ ଏହାଦ୍ୱାରା ସମ୍ମାନ ଜଣାଉଛୁ । ଏହି ସଂଗ୍ରାମରେ ଦେଶ ବିଜୟୀ ହେବ ବୋଲି ସେ ଆଶା କରିଛନ୍ତି” ।

ଆଇସିଆଇସିଆଇ ଗ୍ରୁପ ସହ ଆଇସିଆଇସିଆଇ ଫାଉଣ୍ଡେସନ ମଧ୍ୟ ଏଦିଗରେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି । ଅଦ୍ୟାବଧି ବ୍ୟାଙ୍କ ୨.୧୩ ଲକ୍ଷ ସର୍ଜିକାଲ ମୁଖା, ୪୦ ହଜାର ଏନ୯୫ ମୁଖା, ୨୦ ହଜାର ଲିଟର ବିଶୋଧକ, ୧୬୦୦୦ ଗ୍ଲୋଭସ୍‌, ୫୩୦୦ ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ, ୨୬୦୦ ଚକ୍ଷୁ ସୁରକ୍ଷା ଗିୟର, ୫୦ ଥର୍ମାଲ ସ୍କାନର, ୩ ଭେଣ୍ଟିଲେଟିର ବିଭିନ୍ନ ଡ଼ାକ୍ତରଖାନାକୁ ଯୋଗାଇଛି । ଆଗାମୀ ଦିନରେ ଗ୍ରୁପ ଏହି ସହାୟତା ଧାରା ଜାରି ରଖିବ ।

Leave A Reply

Your email address will not be published.