ନୂଆଦିଲ୍ଲୀ: ନୀତି ଆୟୋଗ ସଦସ୍ୟ ତଥା ଭାରତର କୋଭିଡ ଟାସ୍କ ଫୋର୍ସର ମୁଖ୍ୟ ଭି.କେ ପଲ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି ଯେ ଦେଶରେ ବର୍ତ୍ତମାନର କୋଭିଡ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବଡ଼ ସମାବେଶ ତଥା ରୋଡ ସୋ ପାଇଁ ଏଭଳି ପରିସ୍ଥିତି ସମ୍ଭବ ନୁହେଁ। ସେ କହିଛନ୍ତି ଯେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଉଚିତ ନୁହେଁ।
ତେବେ ରାଜନୈତିକ ଦଳମାନେ ଉପଯୁକ୍ତ କୋଭିଡ୍ ଆଚରଣ ଭିତରେ ନିର୍ବାଚନୀ ପ୍ରଚାର କରିବା ଉଚିତ ବୋଲି ନିର୍ବାଚନ ଆୟୋଗ ପୂର୍ବରୁ ସୂଚାଇ ଦେଇଥିଲେ।
ବିଧାନସଭା ନିର୍ବାଚନ ପାଇଁ ଭଲ ଭାବେ ପ୍ରସ୍ତୁତି କରିବା ପାଇଁ ଇସି ପୂର୍ବରୁ ଉତ୍ତର ପ୍ରଦେଶ, ଗୋଆ, ପଞ୍ଜାବକୁ କହିଥିଲେ। କିନ୍ତୁ ଦ୍ରୁତ ଗତିରେ ବ୍ୟାପୁଥିବା ଓମିକ୍ରନ୍ ଭାରିଆଣ୍ଟ ଯୋଗୁ ଏବେ ନିର୍ବାଚନ ପରିଚାଳନାକୁ ନେଇ ଚିନ୍ତା ବଢିଛି।
Comments are closed.