Latest Odisha News

BREAKING NEWS

କରୋନା ସାମଗ୍ରୀ କିଣା ପ୍ରସଙ୍ଗ: ଲୋକାୟୁକ୍ତଙ୍କ ଦ୍ୱାରସ୍ତ ହେଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ କରୋନା ସାମଗ୍ରୀ କିଣା ନେଇ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ଲୋକାୟୁକ୍ତଙ୍କ ଦ୍ୱାରସ୍ତ ହୋଇଛି କଂଗ୍ରେସ । ଲୋକାୟୁକ୍ତଙ୍କ ନିକଟରେ କଂଗ୍ରେସ ପକ୍ଷରୁ ପିଟିସନ୍ ଦାଖଲ କରାଯାଇଛି । ବିଧାୟକ ସୁରେଶ ରାଉତରାୟ, ତାରା ପ୍ରସାଦ ବାହୀନିପତି, ବରିଷ୍ଠ ନେତା ପଂଚାନନ କାନୁନଗୋ ଓ ମୁଖପାତ୍ର ସୁଦର୍ଶନ ଦାସ ଏକାଠି ହୋଇ ଲୋକାୟୁକ୍ତଙ୍କୁ ଭେଟିଛନ୍ତି ।

ଲୋକାୟୁକ୍ତଙ୍କ ନିକଟରେ କଂଗ୍ରେସର ଅଭିଯୋଗକୁ ନେଇ ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଅମର ପ୍ରସାଦ ଶତପଥୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କୋଭିଡ୍ ସଂକ୍ରମଣକୁ ପ୍ରତିହତ କରିବାରେ ଓଡିଶାର ଉଦ୍ୟମ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରଶଂସିତ । ଏଭଳି ସମୟରେ ସମସ୍ତେ ସହଯୋଗ କରିବା ଉଚିତ । କଂଗ୍ରେସ ଦଳ ଦୀର୍ଘ ବର୍ଷ ଧରି ରାଜ୍ୟ ବାସୀଙ୍କ ଦ୍ୱାରା ନିର୍ବାସିତ ହୋଇଛନ୍ତି । ସେମାନେ ନିଜ ସ୍ଥିତି ବଂଚାଇବାକୁ ଉଦ୍ୟମ କରୁଛନ୍ତି । ଲୋକଙ୍କୁ ବିଭ୍ରାନ୍ତି କରିବାକୁ କଂଗ୍ରେସ ଉଦ୍ୟମ କରୁଛି ବୋଲି ବିଧାୟକ ମତ ରଖିଛନ୍ତି ।

Leave A Reply

Your email address will not be published.