Latest Odisha News

BREAKING NEWS

ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ ଓ ୱାର୍ଡ ସ୍ତରୀୟ କମିଟି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋଭିଡ୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏକ ରଣକୌଶଳ ପ୍ରସ୍ତୁତ କରିଛନ୍ତି । ପ୍ରତି ପଂଚାୟତରେ କୋଭିଡ କେୟାର ହୋମ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ଏହି କୋଭିଡ କେୟାର ହୋମ୍‌ରେ ୧୦ରୁ ୨୦ ଜଣ ବ୍ୟକ୍ତି ରହିବା ବ୍ୟବସ୍ଥା କରାଯିବ । ଏହାରା ସାରା ରାଜ୍ୟରେ ୭୦ ହଜାର ଲୋକଙ୍କ ରହିବା ବ୍ୟବସ୍ଥା ହୋଇପାରିବ । ଥଣ୍ଡା, ଜ୍ୱର, କାଶ, ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ସିଧାସଳଖ ହସ୍ପିଟାଲ ନନିଆଯାଇ କୋଭିଡ କେୟାର ହୋମ୍‌କୁ ଅଣାଯିବ । ନମୂନା ପରୀକ୍ଷା ପରେ ଯଦି ପଜିଟିଭ ଆସେ ତେବେ ତାଙ୍କୁ କୋଭିଡ କେୟାର ହସ୍ପିଟାଲକୁ ପଠାଯିବ ନଚେତ ଘରେ ରହି ଚିକିତ୍ସତ ହୋଇପାରିବେ ।

ସେହିପରି କୋଭିଡ ପରିଚାଳନାକୁ ବିକେନ୍ଦ୍ରି କରଣ କରିବା ପାଇଁ ସହର ଓ ଗାଁ ସବୁଠାରେ ୱାର୍ଡସ୍ତରୀୟ କମିଟି ଗଠନ କରାଯିବ । ଏଥିରେ ୱାର୍ଡସ୍ତରୀୟ ଲୋକ ପ୍ରତିନିଧିଙ୍କ ସମେତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଏଏନ୍‌ଏମ୍ ଓ ଏସ୍‌ଏଚ୍‌ଜିର ମାଆ ମାନେ ସଦସ୍ୟ ରହିବେ । ଏହି କମିଟିକୁ ମହାମାରୀ ରୋଗ ନିୟନ୍ତ୍ରଣ ଆଇନ୍ ଅନୁଯାୟୀ ସ୍ୱତନ୍ତ୍ର କ୍ଷମତା ଦିଆଯିବ ।

ପ୍ରତି କମିଟିକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ କ୍ଷମତା ଦିଆଯିବ । କୋଭିଡ କେୟାର ହୋମ୍ ଓ ଟିଏମ୍‌ସିର ଦାୟିତ୍ୱ ପୂର୍ବଭଳି ସରପଂଚଙ୍କ ଉପରେ ନ୍ୟସ୍ତ ରହିବ ।  ଆଗକୁ ଏହି ମୁକାବିଲାକୁ ଆହୁରି ସୁଦୃଢ଼ କରିବା ପାଇଁ ତାଙ୍କୁ ଆର୍ଥିକ ଓ ପ୍ରଶାସନିକ ସହଯୋଗ ରାଜ୍ୟ ସରକାର ଯୋଗାଇଦେବେ । ଗ୍ରାମାଞ୍ଚଳ ପରି ସହରାଞ୍ଚଳରେ ମଧ୍ୟ ଅନୂରୁପ ବ୍ୟବସ୍ଥା କରାଯିବ । ସ୍ୱାସ୍ଥ୍ୟକର୍ମୀମାନେ ଘର ଘର ବୁଲି ଆବଶ୍ୟକ ତଥ୍ୟ ସଂଗ୍ରହ କରିବେ ।

କରୋନା ରୋଗର ଚିକିତ୍ସା ପାଇଁ ନିର୍ଦ୍ଧିଷ୍ଟ ପଦ୍ଧତି ବାହାରି ନାହିଁ । ତେଣୁ ସତର୍କତା ହିଁ ମାନବ ଜାତି ପାଇଁ ଶ୍ରେଷ୍ଠ ଉପାୟ । ସାମାଜିକ ଦୂରତ୍ୱ ମାସ୍କ ବ୍ୟବହାର ସହ ସାବୁନରେ ବାରମ୍ବାର ହାତ ଧୋଇବା ଦ୍ୱାରା ହିଁ କରୋନାର ଭୟାଭୟତାକୁ ହ୍ରାସ କରି ହେବ । ରାଜ୍ୟବାସୀଙ୍କ ସହଯୋଗ ଦ୍ୱାରା ଓଡ଼ିଶାରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣାଧିନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.