Latest Odisha News

BREAKING NEWS

କୋଭିଡ କିଟ୍ କିଣାକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରାଜ୍ୟରେ ଚିକିତ୍ସା ଉପକରଣ କ୍ରୟକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । ରାଜ୍ୟ ବିଜେପି ଅଭିଯୋଗ କରିଛି ଯେ, ବିପତ୍ତି ସମୟରେ ଯିଏ ରାଜକୋଷକୁ ଲୁଟ୍ କରିଛି, ସେ ମହାପାପର ଅଂଶୀଦାର । ଭ୍ରଷ୍ଟାଚାର ଚରମସୀମାକୁ ଯାଇଛି । କୋଭିଡ ନିୟନ୍ତ୍ରଣ ପାଇଁ ସରକାରଙ୍କର ଆନ୍ତରିକତା ନାହିଁ ।

କଂଗ୍ରେସ କହିଛି, କିଏ କିଏ ଏହି ଦୁର୍ନୀତିରେ ସଂପୃକ୍ତ, ସେନେଇ କମିଟି ଗଠନ କରି ତଦନ୍ତ କରାଯିବା ଉଚିତ । ହେଡ୍ ନୁହେଁ ଟେଲ୍ ପାଖକୁ ବି ଯିବାକୁ ପଡିବ । ସେପଟେ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି କହିଛି , ମୁଖ୍ୟମନ୍ତ୍ରୀ କୌଣସି ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି ନାହିଁ । ବର୍ତମାନ ସମୟରେ ରାଜନୀତି ନକରି କରୋନା ସଂକ୍ରମଣରୁ କିଭଳି ରକ୍ଷା ପାଇବା ସେନେଇ ସବୁ ଦଳ କାମ କରିବା ଉଚିତ ।

Leave A Reply

Your email address will not be published.