ଭଦ୍ରକ: ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ବ୍ଳକରେ କୋରନା ସ୍ଥିତିର ତଦାରଖ କରିବାକୁ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ ।
Details of Senior officers deployed by District Administration for COVID19 MANAGEMENT pic.twitter.com/KpABhDznBe
— GYANA DAS (@gyana_r_das) April 27, 2020
ଭଦ୍ରକ ବ୍ଲକ, ମ୍ୟୁନ୍ସିପାଲିଟି ଅଂଚଳରେ ସ୍ଥିତି ତଦାରଖ କରିବେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର । ଚାନ୍ଦବାଲି, ତିହିଡି ବ୍ଲକ ସମେତ ଚାନ୍ଦବାଲି ପୌରାଞ୍ଚଳ ତଦାରଖ କରିବେ ଅତିରିକ୍ତ ଜିଲ୍ଲାପାଳ(ରିଜର୍ଭ) ଅରୁଣ କୁମାର ମହାପାତ୍ର ।
ସେହିପରି ବାସୁଦେବପୁର ବ୍ଲକ ଓ ମ୍ୟୁନ୍ସିପାଲିଟି ତଦାରଖ ଦାଇତ୍ୱରେ ରହିବେ ଭଦ୍ରକ ପ୍ରକଳ୍ପ ନିର୍ଦେଶକ ମଧୁସୂଦନ ଦାସ, ଧାମନଗର ବ୍ଲକ, ଏନଏସି ଏବଂ ଭଣ୍ଡାରିପୋଖରୀ ବ୍ଲକ ବୁଝିବେ ଉପ ଜିଲ୍ଲାପାଳ ପିତାମ୍ବର ସାମଲ, ବନ୍ତ ବ୍ଳକ ଦାଇତ୍ୱ ନେବେ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ(ଆଡ଼ମିନ) ରାଜେନ୍ଦ୍ର ପରିଡା ।ନିଜ ଅଞ୍ଚଳରେ ଥିବା କନେଣ୍ଟମେଣ୍ଟ ଜୋନ, ସରଭିଲାନ୍ସ ଜୋନ, ଲକଡାଉନ ସ୍ଥିତି ତଦାରଖ କରିବା ସହିତ ଫେରିବାକୁ ଥିବା ପ୍ରବାସୀ ଓଡ଼ିଆଙ୍କ ଲାଗି ହୋଇଥିବା ବ୍ୟବସ୍ଥାକୁ ତଦାରଖ କରିବେ ।
Comments are closed.