ପୁରୀ: ଶ୍ରୀମନ୍ଦିରରେ ଆଜିଠୁ ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି । ସମସ୍ତେ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । କୋଭିଡ୍ ନେଗେଟିଭ୍ ରିପୋର୍ଟକୁ ହଟାଇ ଦେଇଥିଲେ ବି ଦର୍ଶନ ପାଇଁ ଜାରି ହୋଇଥିବା କୋଭିଡ୍ ଗାଇଡଲାଇନକୁ ସମସ୍ତେ ମାନିବେ । ଆଜି ସକାଳ ୬ଟାରୁ ପ୍ରଥମେ ଘଣ୍ଟାଏ ପୁରୀବାସୀ ଶ୍ରୀଜିଉଙ୍କର ଦର୍ଶନ କରିଛନ୍ତି ।

ସକାଳ ୭ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ବ୍ୟାରିକେଡରେ ଯାଇ ହାତ ସାନିଟାଇଜ୍ କରିବା ପରେ ବଡ଼ଦେଉଳ ଭିତରେ ପ୍ରବେଶ କରୁଛନ୍ତି ଭକ୍ତ । ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ହୋଇଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଭକ୍ତମାନେ ମନ୍ଦିର ପରିସରରେ ଥିବା କୌଣସି ମୂର୍ତ୍ତିକୁ ସ୍ପର୍ଶ କରିପାରିବେ ନାହିଁ ।

ଫୁଲ, ଦୀପ ଓ ଭୋଗ ଆଜି ଶ୍ରୀମନ୍ଦିର ଭିତରକୁ ଯିବ ନାହିଁ । ଆନନ୍ଦ ବଜାରରେ ବସି ମହାପ୍ରସାଦ ଖାଇପାରିବେନି ଭକ୍ତ । ପ୍ରତିଦିନ ୩୦ ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ବ୍ୟବସ୍ଥା କରିଛି ପ୍ରଶାସନ । ଜଗନ୍ନାଥ ବଲ୍ଲଭ ପାର୍କିଂ ଷ୍ଟାଣ୍ଡରେ ପାର୍କିଂ ସୁବିଧା କରାଯାଇଛି । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ପୁରା ବ୍ୟବସ୍ଥାର ତଦାରଖ କରୁଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ ।
BREAKING NEWS
- ଧର୍ମଶାଳାରେ ସାଇବର ଠକେଇ ଅଭିଯୋଗ; ୩ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର
- ଓଡ଼ିଶା ଏବଂ ମେଘାଳୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ;ମୁଖ୍ୟ ଉଦ୍ଦେଶ୍ୟ ପ୍ରାଥମିକ ଶିଶୁ ବିକାଶ…
- ମମତା ବାନାର୍ଜୀଙ୍କ ଫୋର୍ଟ ୱିଲିୟମ ବୟାନ; ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କଲା ସେନା
- ଈଶାନ କିଶାନ ଖେଳିବା ନେଇ ସୂଚନା ଦେଲେ ସୂର୍ଯ୍ୟକୁମାର
- AIIMS New Delhi: ୧୩ ମାସରେ ହଜାରରୁ ଅଧିକ ରୋବୋଟିକ୍ ଅସ୍ତ୍ରୋପଚାର…ଦିଲ୍ଲୀ AIIMSର ଇତିହାସ ସୃଷ୍ଟି
- ଟ୍ରମ୍ପ ଆମେରିକାର ସବୁଠୁ ବଡ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି; କାହିଁକି ଏଭଳି କହିଲେ ବ୍ରିଟିଶ ସାଂସଦ
- ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟିକଙ୍କ କାର୍ଯ୍ୟକ୍ରମ ବାତିଲ; ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲା ବିଜେଡି
- ଲଭ ଆଣ୍ଡ ୱାର: ଲିକ ହେଲା ରଣବୀର-ଆଲିଆଙ୍କ ଲୁକ
- ରାଉରକେଲା ବିମାନ ଦୁର୍ଘଟଣା; ସୁସ୍ଥ ହୋଇ ଘରକୁ ଫେରିଲେ ପାଇଲଟ
- Jatra actor piyush: କୋର୍ଟ ଦେଲେ ଅନୁମତି, ପୁଣି ମଞ୍ଚରେ ଦମ ଦେଖାଇବେ ପୀୟୂଷ
Comments are closed.