ପୁରୀ: ଶ୍ରୀମନ୍ଦିରରେ ଆଜିଠୁ ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି । ସମସ୍ତେ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । କୋଭିଡ୍ ନେଗେଟିଭ୍ ରିପୋର୍ଟକୁ ହଟାଇ ଦେଇଥିଲେ ବି ଦର୍ଶନ ପାଇଁ ଜାରି ହୋଇଥିବା କୋଭିଡ୍ ଗାଇଡଲାଇନକୁ ସମସ୍ତେ ମାନିବେ । ଆଜି ସକାଳ ୬ଟାରୁ ପ୍ରଥମେ ଘଣ୍ଟାଏ ପୁରୀବାସୀ ଶ୍ରୀଜିଉଙ୍କର ଦର୍ଶନ କରିଛନ୍ତି ।

ସକାଳ ୭ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ବ୍ୟାରିକେଡରେ ଯାଇ ହାତ ସାନିଟାଇଜ୍ କରିବା ପରେ ବଡ଼ଦେଉଳ ଭିତରେ ପ୍ରବେଶ କରୁଛନ୍ତି ଭକ୍ତ । ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ହୋଇଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଭକ୍ତମାନେ ମନ୍ଦିର ପରିସରରେ ଥିବା କୌଣସି ମୂର୍ତ୍ତିକୁ ସ୍ପର୍ଶ କରିପାରିବେ ନାହିଁ ।

ଫୁଲ, ଦୀପ ଓ ଭୋଗ ଆଜି ଶ୍ରୀମନ୍ଦିର ଭିତରକୁ ଯିବ ନାହିଁ । ଆନନ୍ଦ ବଜାରରେ ବସି ମହାପ୍ରସାଦ ଖାଇପାରିବେନି ଭକ୍ତ । ପ୍ରତିଦିନ ୩୦ ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ବ୍ୟବସ୍ଥା କରିଛି ପ୍ରଶାସନ । ଜଗନ୍ନାଥ ବଲ୍ଲଭ ପାର୍କିଂ ଷ୍ଟାଣ୍ଡରେ ପାର୍କିଂ ସୁବିଧା କରାଯାଇଛି । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ପୁରା ବ୍ୟବସ୍ଥାର ତଦାରଖ କରୁଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ ।
BREAKING NEWS
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Comments are closed.