Latest Odisha News

କୋଭିଡ୍ ନେଗେଟିଭ୍ ରିପୋର୍ଟ ନଥିଲେ କପିଳାସରେ ଜାଗର ଦୀପ ଜାଳି ପାରିବେନି

ଢେଙ୍କାନାଳ : କପିଳାସ ପୀଠରେ ଜାଗର ଯାତ୍ରାକୁ ନେଇ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି । କୋଭିଡ୍ ନେଗେଟିଭ୍ ରିପୋର୍ଟ ନଥିଲେ କପିଳାସ ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ ଶ୍ରଦ୍ଧାଳୁ । ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ହେଲେ ଭକ୍ତଙ୍କୁ କୋଭିଡ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ଏନେଇ କଡ଼ା ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।

ଢେଙ୍କାନାଳ ବ୍ୟତୀତ ବାହାର ଜିଲ୍ଲା କିମ୍ବା ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କୁ ଜାଗରରେ କପିଳାସକୁ ବାରଣ କରାଯାଇଛି । କୋଭିଡ୍ ରିପୋର୍ଟ ଦେଖାଇ ଶ୍ରଦ୍ଧାଳୁମାନେ ମନ୍ଦିର ପ୍ରବେଶ କରି ଦୀପ ଜାଳି ପାରିବେ । ସେହିପରି ଚଳିତ ବର୍ଷ କପିଳାସ ଜାଗର ଯାତ୍ରାକୁ ସମ୍ପୁର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରାଯିବ । କପିଳାସରେ ରାତି ୩ଟା ୫୫ରେ ମହାଦୀପ ଉଠିବ ।

Leave A Reply

Your email address will not be published.