କଟକ: ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ମଙ୍ଗଳବାର ଦିନ କଟକ ଜିଲ୍ଲା ନିଆଳି ବ୍ଲକ୍ ଅନ୍ତର୍ଗତ ୫ଟି ପଞ୍ଚାୟତକୁ ୪୮ ଘଣ୍ଟିଆ ସଟଡାଉନ୍ ଘୋଷଣା କରାଯାଇଛି।
ନିଆଳି, ନୁଆଗାଓଁ, ବାହରାନା, ମାଧବାଏବଂ ରତନପୁର ପଞ୍ଚାୟତରେ ମଙ୍ଗଳବାର ସକାଳ ୯ ଟାରୁ ଗୁରୁବାର ସକାଳ ୯ ଟା ଯାଏଁ ଏହି ସଟଡାଉନ୍ ବଳବତ୍ତର ରହିବ।
ଏହାବ୍ୟତୀତ ୪ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ସିଡିଏମଓ ନିଆଳିରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଓପିଡିକୁ ମଙ୍ଗଳବାର ଠାରୁ ୭୨ ଘଣ୍ଟା ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.