Latest Odisha News

BREAKING NEWS

ଅନୁଗୁଳର ୬ ପଞ୍ଚାୟତ ସଟଡାଉନ୍

ଅନୁଗୁଳ: ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ପରେ ଅନୁଗୁଳ ଜିଲ୍ଲାର ୬ଟି ପଞ୍ଚାୟତ ଚାରି ଦିନ ପାଇଁ ବନ୍ଦ ରହିଥିଲା। ଏହି ସଟଡାଉନ୍ ମଙ୍ଗଳବାର ଠାରୁ ଆସନ୍ତା ଶୁକ୍ରବାର ରାତ୍ରି ୧୨ ଯାଏଁ ଲାଗୁ ହେବ।

ଉକ୍ତ ପଞ୍ଚାୟତ ଗୁଡିକ ମଧ୍ୟରେ ରହିଛି ପୋକତୁଙ୍ଗା, ନନ୍ଦପୁର, ଧୋକୁଟା, ଶଙ୍ଖପୁର, ବନ୍ତଳା, ଏବଂ କୁମୁରିସିଂଗା। ସଟଡାଉନ୍ ନିଷ୍ପତ୍ତି ପଞ୍ଚାୟତର ସରପଞ୍ଚମାନେ ନେଇଛନ୍ତି।

ସରପଞ୍ଚମାନେ ଗ୍ରାମବାସୀଙ୍କୁ ନିବେଦନ କରିଛନ୍ତି ଯେ, ଏହି ସମୟରେ କେହି ଘରୁ ବାହାରକୁ ନ ଯାଆନ୍ତୁ ଏବଂ ସଟଡାଉନ୍ ସମୟରେ କୋଭଡି-୧୯ ର ନିର୍ଦ୍ଦେଶାବଳୀ ଠିକ୍ ଭାବେ ପାଳନ କରନ୍ତୁ । ଏହି ସବୁ ପଞ୍ଚାୟତରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ବଜାର ଖୋଲା ରହିବା ନେଇ ନିଷ୍ପତ୍ତି ନିଆଯାଇଛି।

ତେବେ ଆସନ୍ତା ଶୁକ୍ରବାର ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସରପଞ୍ଚମାନେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.