Latest Odisha News

BREAKING NEWS

ସୁସ୍ଥ ହେଲେ ଲକ୍ଷେରୁ ଉର୍ଦ୍ଧ୍ବ ଆକ୍ରାନ୍ତ: କୋଭିଡ ଯୋଦ୍ଧାଙ୍କ ଉଦ୍ୟମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମହାମାରୀ କରୋନା ରୁ ସୁସ୍ଥ ହୋଇ ଘରକୁ ଫେରିଥିବା ରୋଗୀ ଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି । ଏହି ପାଇଁ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ଉଦ୍ୟମକୁ ମଙ୍ଗଳବାର ଦିନ ପ୍ରଶଂସା  କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୋମବାର ସୁଦ୍ଧା ଓଡିଶାରେ ଆକ୍ରାନ୍ତ ଙ୍କ ସଂଖ୍ୟା ୧୨୭୮୯୨ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୯୯୩୮୯ । ଗତ ୨୪ ଘଣ୍ଟା ମଧ୍ୟରେ ଅନ୍ୟ ୩୪୯୦ଟି ନୂଆ ମାମଲା ଚିହ୍ନଟ ହୋଇଛି | ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍ଗଳବାରର କୌଣସି  ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ ହୋଇନାହିଁ।

ବର୍ତ୍ତମାନ ରାଜ୍ୟରେ ସୁସ୍ଥତା ର ହାର ୭୫ ପ୍ରତିଶତ ରୁ ଅଧିକ ରହୁଥିବା ବେଳେ ମୃତ ହାର ରହିଛି ୦.୪୩ ପ୍ରତିଶତ । କିନ୍ତୁ ରାଜ୍ୟ ର ପ୍ରମୁଖ ଖୋର୍ଦ୍ଧା ଓ କଟକ ରେ କରୋନା ର କାୟା ବିସ୍ତାର ସରକାରଙ୍କୁ ଚିନ୍ତା ରେ ପକାଇଛି । ଲକଡାଉନ,ୱିକେଣ୍ଡ୍ ବନ୍ଦ ଏବଂ ରାତିର କର୍ଫ୍ୟୁ ବିନା, ଏହି ଦୁଇଟି ଜିଲ୍ଲାରେ ଗଞ୍ଜାମ ମଡେଲକୁ ସମ୍ପୂର୍ଣ୍ଣ ରୂପେ ନକଲ କରାଯାଇପାରିବ କି ନାହିଁ ତାହା ଦେଖିବାକୁ ହେବ ।

Leave A Reply

Your email address will not be published.