Latest Odisha News

ପୁରୀର କେଉଁସବୁ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷିତ, ଜାଣନ୍ତୁ

ପୁରୀ: ପୁରୀ ମହାଲକ୍ଷ୍ମୀ ଏନକ୍ଲେଭର ଉତ୍ତର ପାର୍ଶ୍ୱରେ ଅବସ୍ଥିତ ମଧୁବନ୍ ଛକ ଏବଂ ନବକଳେବର ରୋଡ୍ ଅଞ୍ଚଳରେ କରୋନା ପଜିଟିଭ ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।

ରବିବାର ସକାଳ ୭ ଟାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି।

ଏହି ଅଞ୍ଚଳକୁ କାହାକୁ ପ୍ରବେଶ କିମ୍ବା ଯାତାୟାତ ଅନୁମତି ନାହିଁ। କଣ୍ଟେନମେଣ୍ଟ ଅବଧି ମଧ୍ୟରେ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ସମେତ ସମସ୍ତ ସପିଂ ପ୍ରତିଷ୍ଠାନ ବନ୍ଦ ରହିବ।

ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଚିକିତ୍ସା ଆବଶ୍ୟକତା ପୁରୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରା ଗଠିତ ଏକ ଟିମ୍ ଯୋଗାଇବେ ବୋଲି ସୂଚନା ମିଳିଛି ।

 

Leave A Reply

Your email address will not be published.