Latest Odisha News

BREAKING NEWS

ଜୁଲାଇ ୧୭ ଯାଏଁ ଜଳେଶ୍ୱର ସଟଡାଉନ୍

ବାଲେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ ବାଲେଶ୍ୱରର ଜଳେଶ୍ୱର ପୌରପାଳିକା ଅଞ୍ଚଳକୁ ଜୁଲାଇ ୧୩ ତାରିଖ ଅପରାହ୍ନ ୫ ଟାରୁ ଆସନ୍ତା ୧୭ ତାରିଖ ସକାଳ ୫ ଟା ଯାଏଁ ସଟଡାଉନ୍ ଘୋଷଣା କରିଛନ୍ତି ।

ଏହି ଅବସରରେ ସମସ୍ତ ସପିଂ ପ୍ରତିଷ୍ଠାନ, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିବ।

ତେବେ ଡାକ୍ତରଖାନା, କ୍ଲିନିକ୍, ନର୍ସିଂହୋମ, ମେଡିସିନ୍ ଷ୍ଟୋର୍, ଆମ୍ବୁଲାନ୍ସ ସେବା ଏବଂ ସମସ୍ତ ଡାକ୍ତରୀ କର୍ମଚାରୀଙ୍କୁ ଏହି ସଟଡାଉନରୁ ବାଦ୍ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ଜିଲ୍ଲାରେ ବର୍ତ୍ତମାନ ୧୨୨ ସକ୍ରିୟ ମାମଲା ରହି ରହିଥିବା ବେଳେ ୩୯୫ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.