ଗଞ୍ଜାମ: ଗଂଜମାରେ କରୋନାରେ ସ୍ଥିତି ସଙ୍ଗୀନ । ୩୬ ଜଣଙ୍କ ମୃତ୍ୟୁ ଏବଂ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଗଂଜାମ ଜିଲ୍ଲାରୁ । ହଟ୍ସ୍ପଟ ଜିଲ୍ଲାରେ ପରିଣତ ହୋଇଛି ଗଂଜାମ ଜିଲ୍ଲା । ତେବେ ଏତେ ଆକ୍ରାନ୍ତ ଚିହ୍ନଟ ସତ୍ତ୍ୱେ ଏଠି ସରକାରୀ କଟକଣାକୁ ଫୁ କରିଦେଇଛନ୍ତି ଲୋକେ । କାରୋନା କଟକଣା ମଧ୍ୟରେ ଚାଲିଛି ହୋମ୍ ଯଜ୍ଞ । ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରି ଚାଲିଛି କଳସ ଶୋଭଯାତ୍ରା ।ପୋଲସରା ବ୍ଲକ ଜା. ଡେଙ୍ଗାପଦର ପଞ୍ଚାୟତରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଯାହା ଚିନ୍ତା ବଢାଇଛି ।
ଗାଁରେ ଯଜ୍ଞ ଆୟୋଜନ କରିଛନ୍ତି ନାଏବ ସରପଞ୍ଚ। ଯଜ୍ଞରେ ୫ଶହରୁ ଅଧିକ ଲୋକଙ୍କ ସମାଗମ କରି ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ନାଏବ ସରପଞ୍ଚ ଏକ ବିରାଟ ଯଜ୍ଞ ଆୟୋଜନ କରିଥିଲେ। ୫ଶହରୁ ଅଧିକ ଲୋକ ଯଜ୍ଞରେ ସାମିଲ ହେବା ସହିତ କଳସ ଶୋଭାଯାତ୍ରା ଗାଁ ପରିକ୍ରମା ମଧ୍ୟ କରିଥିଲେ । ଏଥିରେ ଛୋଟ ପିଲାମାନେ ମଧ୍ୟ ସାମିଲ ହୋଇଥିଲେ। ଘଣ୍ଟ ମୃଦଙ୍ଗ ବାଜିବା ସହିତ ସହ ବାଣ ଫୁଟିଥିଲା । କୋଭିଡ ନିୟମ ପାଳନ କରାଯାଇନଥିଲା ।
ଏହି ବିରାଟ ଯଜ୍ଞକୁ ମର୍ଦ୍ଦରାଜପୁର ଗାଁର ଜଣେ ଯୁବକ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା । ତାଙ୍କୁ ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ପୋଲସରା ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏହି ଘଟଣାରେ ୧୨ ଜଣଙ୍କ ସମେତ ସରପଂଚଙ୍କୁ ପୋଲିସ ଅଟକ ରଖିଛି ।
Comments are closed.