Latest Odisha News

BREAKING NEWS

କଡାକଡି ହେଲାଣି କଟକଣା; କୋଭିଡ ନିୟମ ଉଲଙ୍ଘନ କରି ସିଲ ହେଲା ୫ ଟି ଦୋକାନ

ବାରିପଦା: ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର କଡାକଡି ନିୟମ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । କିଛିଦିନ ଧରି କଟକଣା ସାମାନ୍ୟ କୋହଳ ହୋଇ ଯାଇଥିବା ବେଳେ ପୁଣିଥରେ ଏହାକୁ ନେଇ ଧରପଗଡ଼ ଆରମ୍ଭ ହୋଇ ଯାଇଛି।

ସୂଚନାନୁସାରେ, କୋଭିଡ ନିୟମ ଉଲଂଘନ ଅଭିଯୋଗରେ ବାରିପଦା ଟାଉନରେ ୫ଟି ଦୋକାନ ସିଲ କରାଯାଇଛି । ପୋଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ଏହି ଦୋକାନ ସିଲ କରାଯାଇଛି ।

ଗତକାଲି ସନ୍ଧ୍ୟା ସମୟରେ ଦୋକାନ ଗୁଡିକରେ ଲୋକେ ଭିଡ ଜମାଇଥିଲେ । ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦା ସହରର କୃଷ୍ଣଚନ୍ଦ୍ର ଗୋଲେଇ, ଗୁଜୁରୀ ମାର୍କେଟ, ହସ୍ପିଟାଲ ରୋଡ଼, ଭଞ୍ଜପୁର ଅଞ୍ଚଳରେ ଚଢାଉ କରି ୫ ଟି ଦୋକାନ ସିଲ କରିଛନ୍ତି। ଏହାସହ ଅନ୍ୟ ଦୋକାନୀ ମାନଙ୍କୁ ନିୟମ କଡାକଡି ପାଳନ କରିବାକୁ ସତର୍କ କରିଛନ୍ତି ।

Leave A Reply

Your email address will not be published.