Latest Odisha News

BREAKING NEWS

ଆରମ୍ଭରୁ ଏତେ ତାତି; ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ୱର: ଲଗାତାର କିଛି ଦିନ ଧରି ରାଜଧାନୀ ଭୁବନେଶ୍ବର ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କଲାଣି। ଖରାର ପ୍ରଖରତା ଅତିଷ୍ଠ କରୁଥିବା ବେଳେ ଏବେଠୁ ଝାଞ୍ଜି ପବନ ବହିବା ଆରମ୍ଭ ହୋଇଗଲାଣି। ବେଶ୍ କିଛି ଦିନ ହେଲା ରାଜଧାନୀର ସର୍ବାଧିକ ତାପମାତ୍ରା ବଢ଼ି ଚାଲିଛି ଓ ସର୍ବନିମ୍ନ ତାପମାତ୍ରା ସ୍ଥିର ରହିଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଦେଇଥିବା ସୂଚନାନୁସାରେ, ଚଳିତବର୍ଷ ଗ୍ରୀଷ୍ମପ୍ରବାହ ଶୀଘ୍ର ଆରମ୍ଭ ହୋଇଯାଇଛି। ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ବଢ଼ିବାରେ ଲାଗିଛି। ଭୁବନେଶ୍ବରରେ ସୁଖ5 ପାରଦ ୪୦.୪ ଡିଗ୍ରି ଛୁଇଁଛି। ଅନୁମାନ କରାଯାଉଛି ଯେ ମାର୍ଚ୍ଚ ୧ ତାରିଖରେ ଭୁବନେଶ୍ବର ତାପମାତ୍ରା ସାମୟିକ ଭାବେ କିଛି କମିବ।

ଅନ୍ୟପଟେ ମାର୍ଚ୍ଚ ପହିଲାରୁ ରାଜ୍ୟର ତାପମାତ୍ରା ୪୦ ଡିଗ୍ରି ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଥିବା ବେଳେ ତାପମାତ୍ରା ୪୦ ଡେଇଁ ଯାଇଛି। ସବୁଠୁ ଉତ୍ତପ୍ତ ସହର ଭାବେ ଗତ ୩ ଦିନ ହେଲା ଦେଶରେ ରେକର୍ଡ କରିଛି ଭୁବନେଶ୍ୱର।

ଫଳରେ ମାଘ ନ ଯାଉଣୁ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯାଇଛି। ସୂର୍ଯ୍ୟଙ୍କ ପ୍ରଖର କିରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଭୁବନେଶ୍ୱର ପଛକୁ ରାଜ୍ୟର ୪ଟି ସହରର ତାପମାତ୍ରା ୩୮ ଡିଗ୍ରି ରହିଥିବା ବେଳେ ୯ ସହର‌ରେ ୩୭ ଡିଗ୍ରି ରେକର୍ଡ ହୋଇଛି। ତେବେ ରାଜ୍ୟର ତାପମାତ୍ରା ଆଗକୁ ଆହୁରି ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ ମାର୍ଚ୍ଚ ୨ସୁଦ୍ଧା ଅନୁଗୁଳ, ତାଳଚେର, ବଲାଙ୍ଗୀର, ଟିଟିଲାଗଡ଼, ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରହିବା ନେଇ ବିଭାଗ ପକ୍ଷରୁ ସୂଚନା।

Leave A Reply

Your email address will not be published.