ବେଜିଂ: ପୁଣି ବଢିଲାଣି ସଂକ୍ରମଣ। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଥିବା ଦେଖିବାକୁ ମଳିଛି। ଚୀନ୍ରେ ପୁଣି ନିୟନ୍ତ୍ରଣ ହରାଇଲାଣି ସଂକ୍ରମଣ। ଚୀନ୍ର ସ୍ଥାନୀୟ ସରକାର ୪ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଉତ୍ତର-ପଶ୍ଚିମ ସହରର ସହର ଲାଞ୍ଝଉରେ ସଂକ୍ରମଣ ରୋକିବା ଲାଗି ଲକ୍ଡାଉନ୍ ଘୋଷଣା କରିଥିବା ସୂଚନା ମିଳିଛି।
ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ ସ୍ଥାନୀୟ ବାସିନ୍ଦା ଘରୁ ବାହାରକୁ ନ ଯିବାକୁ କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଲାଞ୍ଝଉରେ ୨୯ ଟି ନୂତନ ଘରୋଇ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି।
ଅକ୍ଟୋବର ୨୧ରେ, ନୂଆ କୋଭିଡ୍ ମାମଲା ସାମ୍ନାକୁ ଆସିବା ପରେ ଚାଇନାରେ ଶହ ଶହ ବିମାନ ବାତିଲ ହେବା ସହିତ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଛି।