Latest Odisha News

BREAKING NEWS

ବାଲିଘାଟ ନିଲାମ ଆବେଦନରୁ ବାଦ୍ ପଡ଼ିଲେ ଆଶାୟୀ ବ୍ୟକ୍ତି

ବାରିପଦା: ବାଲିଘାଟ ନିଲାମ ପାଇଁ ଆବେଦନ କରିପାରିଲେନି ଆଶାୟୀ ବ୍ୟକ୍ତି। ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗ ଅଧିନସ୍ଥ ମୋରଡ଼ା ତହସିଲ ଜମ୍ଭିରା ନଦୀ ବାଲି ଖାଦାନ ନିଲାମ ପାଇଁ ଇସ୍ତାହାର ପ୍ରକାଶ ପାଇଥିଲା। ବଡ଼ଫେରା, ବରକନ୍ଦ, ଗଡ଼ିଆ, ଗଣ୍ଡଗୁହାଳି ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷଠାରୁ ୫ବର୍ଷ ଲିଜ ପାଇଁ ନିଲାମ ଇସ୍ତାହାର ପାଇଥିଲା।

୨୫-୧୦-୨୦୨୧ ଆବେଦନ କରିବାର ଶେଷ ତାରିଖ ଥିଲା। ବିଜେପି ପାର୍ଟି ଦ୍ୱାରା ୧୨ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକରା ଦିଆଯାଇଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରାଯାଇଥିଲା। ଯାହାଦ୍ୱାରା କିଛି ଆଶାୟୀ ବ୍ୟକ୍ତିମାନେ ଆବେଦନ କରିବାରୁ ବଞ୍ଚିତ ହୋଇଥିଲେ।

ପ୍ରଶାସନ ତରଫରୁ ସମୟ ସୀମାକୁ ବୃଦ୍ଧି କରିବାର ଥିଲା। ମାତ୍ର ପ୍ରଶାସନ ସମୟ ସୀମାକୁ ବୃଦ୍ଧି କଲାନାହିଁ। ଫଳରେ କିଛି ଆଶାୟୀ ବ୍ୟକ୍ତି ନିଲାମ ଆବେଦନରୁ ବାଦ୍ ପଡ଼ିଛନ୍ତି। ଆବେଦନ କରିବାକୁ ଆସିଥିବା ଜଣେ ଆଶାୟୀ ବ୍ୟକ୍ତି କହିଛନ୍ତି ଯେ, ତାଙ୍କୁ କିଛି ଘାଟବାଲା ଆବେଦନ କରିବାକୁ ଦେଉନାହାନ୍ତି। ଏହାସହ ଜାଣିଶୁଣି ଗେଟରେ ତାଲା ପକାଯାଉଛି ବୋଲି କହିଥିଲେ।

Leave A Reply

Your email address will not be published.