Latest Odisha News

ଭାରତରେ କରୋନା ସ୍ଥିତି ଚିନ୍ତାଜନକ: ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ନଜର ଆସୁଛି। ଏପରିକି କ୍ରମାଗତ ଭାବେ ଦେଶରେ ତିନି ଲକ୍ଷରୁ ଅଧିକ ନୂଆ ପଜିଟିଭ ଚିହ୍ନଟ ହେଉଛନ୍ତି।

ପରିସ୍ଥିତି ଏତେ ଖରାପ ହେଉଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ପ୍ରକଟ କରିଛି। ଗଣମାଧ୍ୟମକୁ ସୂଚନା ଦେଇ ଡବ୍ଲ୍ୟୁଏଚଓ ମୁଖ୍ୟ ଟେଡ୍ରୋସ୍ ଆଡନୋମ ଗେବ୍ରେୟସ୍ କହିଛନ୍ତି ଯେ ଭାରତରେ କରୋନା ସ୍ଥିତି ଅତ୍ୟନ୍ତ ଚିନ୍ତାର ବିଷୟ ପାଲଟିଛି। ଏହି ମହାମାରୀ ସମଗ୍ର ବିଶ୍ୱ ପାଇଁ ଅଧିକ କ୍ଷତିକାରକ ପ୍ରମାଣିତ ହେବାକୁ ଯାଉଛି।

Leave A Reply

Your email address will not be published.