କଟକ: ସାଇବର ଠକେଇର ଶିକାର ହୋଇଥିବା ଲୋକମାନଙ୍କ ପାଇଁ ହେଲ୍ପଲାଇନ ନଂ ଜାରି କରିଛନ୍ତି କଟକ ଡିସିପି ପ୍ରତୀକ ସିଂ । ଫଳରେ ସେମାନେ ଏହି ନଂ ଯୋଗେ ନିଜ ଅଭିଯୋଗ ଦାଖଲ କରିପାରିବେ।
ନଂ ହେଉଛି ପିଟି ଗଣେଶ- ୮୮୯୫୮୧୨୩୦୪ ଏବଂ ଅନିଲ ଦାଶ- ୭୩୨୮୦୭୭୧୪୪।
ଏନେଇ ଡିସିପି କହିଛନ୍ତି ଯେ ଯଦି କେହି ଠକେଇର ଶିକାର ହୋଇଥିବା ବ୍ୟକ୍ତି ଏହି ନମ୍ବରରେ କଲ୍ କରନ୍ତି ତେବେ ଆମେ ଠକମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।
ସିଟି ପୋଲିସ ପକ୍ଷରୁ ସାଇବର ହେଲ୍ପଡେସ୍କର ମଧ୍ୟ ପରିଚାଳନା କରାଯାଉଛି। ତେବେ ସାଇବର ଅପରାଧର ଶିକାର ହୋଇଥିବା ବ୍ୟକ୍ତିମାନେ ୧୦୦ ଏବଂ ୧୧୨ ଡାଏଲ କରି ପୋଲିସର ସହାୟତା ଲୋଡିପାରିବେ।