Latest Odisha News

BREAKING NEWS

ମହାମାରୀ ସମୟରେ ୧୨ରୁ ୧୭ ବର୍ଷର ଝିଅମାନଙ୍କ ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ ୫୧ ପ୍ରତିଶତ ବୃଦ୍ଧି ପାଇଛି

ୱାଶିଂଟନ୍: କରୋନା ମହାମାରୀ ସମୟରେ ଯୁବତୀମାନଙ୍କ ଆତ୍ମହତ୍ୟା ମାମଲା ୫୧ ପ୍ରତିଶତ ବୃଦ୍ଧି ପାଇଛି। ଏ ନେଇ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ପକ୍ଷରୁ ରି‌ପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୦ ଫେବୃଆରୀ ୨୧ ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ୧୨ରୁ ୧୭ ବର୍ଷ ବୟସର ବାଳିକାମାନଙ୍କ ଆତ୍ମହତ୍ୟା ଉଦ୍ୟମ ୫୦.୬ ପ୍ରତିଶତ ଅଧିକ ଥିଲା।

ତେବେ ୧୨ରୁ ୧୭ ବର୍ଷ ବୟସର ବାଳକମାନଙ୍କ ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ ୩.୭ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି।

” ଏହି ଅଧ୍ୟୟନରୁ ମିଳିଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଆତ୍ମହତ୍ୟା ଉଦ୍ୟମ ଅଧିକ ୧୨ରୁ ୧୭ ବର୍ଷ କିଶୋରୀମାନଙ୍କଠାରେ ଦେଖିବାକୁ ମିଳିଛି। ମହାମାରୀ ସମୟରେ ଏହି ସଂଖ୍ୟାରେ ଆହୁରି ବୃଦ୍ଧି ଘଟିଥିବା ଜଣାପଡ଼ିଛି।

Leave A Reply

Your email address will not be published.