Latest Odisha News

BREAKING NEWS

କୁମ୍ଭମେଳାରେ ୧ ଲକ୍ଷ ନକଲି କରୋନା ଟେଷ୍ଟ

ହରିଦ୍ୱାର : କରୋନା ମହାମାରୀ ସମୟରେ ବି ଜାଲିଆତି । କରୋନା ଯୋଗୁ ବହ ଲୋକଙ୍କ ନକଲି ଟେଷ୍ଟ କରାଯାଇଥିବା ଘଟଣା ପଦାକୁ ଆସିଲା । ଏହି ଘଟଣା ହେଉଛି କୁମ୍ଭମେଳା ସମୟର । ଉତ୍ତରାଖଣ୍ଡ ହରିଦ୍ୱାରରେ ହୋଇଥିବା କୁମ୍ଭମେଳାରେ ୪ଲକ୍ଷରୁ ଅଧିକ ଲୋକଙ୍କ ଟେଷ୍ଟ କରାଯାଇଥିବା ଦାବି କରାଯାଇଥିଲା । ହେଲେ ଏହି ଟେଷ୍ଟିରେ ବି ଘୋଟାଲା ଅଭିଯୋଗ ହୋଇଛି । ଏଥିରେ ୧ଲକ୍ଷରୁ ଅଧିକ ନକଲି ଟେଷ୍ଟ କରାଯାଇଥିବା ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ତଦନ୍ତ ପରେ ଏହି ସବୁ ଘଟଣା ପଦାକୁ ଆସିଛି ।

ଗୋଟିଏ ଆଣ୍ଟିଜେନ ଟେଷ୍ଟ କିଟ୍‌ରେ ୭୦୦ରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ପରୀକ୍ଷା ହୋଇଥିବା ଲୋକଙ୍କ ଠିକଣା ଓ ନାଁ ମଧ୍ୟ ଭୁଲ । ହରିଦ୍ୱାରର ହାଉସ ନଂ ୫ରୁ ୫୩୦ଟି ନମୁନା ସଂଗ୍ରହ କରାଯାଇଥିବା ଦର୍ଶାଯାଇଛି । ଗୋଟିଏ ଘରେ ୫୦୦ରୁ ଅଧିକ ଲୋକ କେମିତି ରହିଲେ, ତା’କୁ ନେଇ ପ୍ରଶ୍ନ ଉଠିଛି। ଟେଷ୍ଟ ଦାୟିତ୍ୱ ପାଇଥିବା ଏଜେନ୍ସି କେବଳ ନାଁକୁ ମାତ୍ର କାଗଜ କଲମରେ ୧ ଲକ୍ଷ ନମୁନା ପରୀକ୍ଷା କରିଥିବା ଦର୍ଶାଇଛି ।

ବାସ୍ତବରେ ସେଭଳି କୌଣସି ଟେଷ୍ଟ ହୋଇନାହିଁ। ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ ଗୋଟିଏ ଫୋନ ନମ୍ବରରେ ୫୦ରୁ ଅଧିକ ଲୋକଙ୍କ ପଞ୍ଜୀକରଣ ହୋଇଛି। ଫୋନ ନମ୍ବର ମଧ୍ୟ ନକଲି ରହିଛି। କାନପୁର, ଅହମଦାବାଦ, ମୁମ୍ବାଇ ଓ ଅନ୍ୟ ୧୮ଟି ଲୋକେସନରେ ରହୁଥିବା ଲୋକମାନେ ସମାନ ଫୋନ ନମ୍ବର ଦେଇଛନ୍ତି ।  ଟେଷ୍ଟ ଦାୟିତ୍ୱ ନେଇଥିବା ଏଜେନ୍ସିର କର୍ମଚାରୀମାନେ ସଂଗ୍ରହ କରିଥିବା ପ୍ରାୟ ୨୦୦ ନମୁନା ଛାତ୍ରଛାତ୍ରୀ ଓ ରାଜସ୍ଥାନରେ କାମ କରୁଥିବା ଡାଟା ଏଣ୍ଟ୍ରି ଅପରେଟରମାନଙ୍କର ରହିଛି।

ସେମାନେ କେବେ ହେଲେ ହରିଦ୍ୱାର ଆସି ନଥିଲେ ହେଁ ସେମାନଙ୍କ ନମୁନା ସଂଗ୍ରହ କରାଯାଇଥିବା କୁହାଯାଇଛି । ଏପ୍ରିଲ ୧ରୁ ୩୦ ତାରିଖ ଯାଏ ହରିଦ୍ୱାରରେ କୁମ୍ଭମେଳା ଅନୁଷ୍ଠିତ ହୋଇଥିଲା। ପ୍ରତିଦିନ ୫୦ ହଜାର ନମୁନା ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହି ସମୟସୀମାରେ ପ୍ରାୟ ୪ ଲକ୍ଷ ଟେଷ୍ଟ ୩୦ଟି ଏଜେନ୍ସି ଓ ୨୨ଟି ଘରୋଇ ଲ୍ୟାବ ଜରିଆରେ କରାଯାଇଥିଲା।

ଏହା ମଧ୍ୟରୁ ୧ ଲକ୍ଷ କରୋନା ଟେଷ୍ଟ ନକଲି ବୋଲି ଜଣାପଡ଼ିଛି। ଏହା ମଧ୍ୟରୁ ୧୭୭ଟି ନମୁନା ପଜିଟିଭ ବାହାରିଥିବା ବେଳେ ପଜିଟିଭିଟି ରେଟ ୦.୧୮% ରହିଛି । କିନ୍ତୁ ଏପ୍ରିଲ ମାସରେ ହରିଦ୍ୱାରରେ ପଜିଟିଭିଟି ରେଟ୍‌ ୧୦% ଉପରେ ରହିଥିଲା। ଏଜେନ୍ସି ମାନଙ୍କୁ ପ୍ରତି ଟେଷ୍ଟ ପିଛା ୩୫୦ ଟଙ୍କା ଲେଖାଏ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା । ଅର୍ଥ ଆତ୍ମସାତ କରିବାକୁ ଏପରି ହୋଇଥିବା କୁହାଯାଉଛି।

ଅନେକ ଅନିୟମିତତା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଡିଏମ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.