Latest Odisha News

BREAKING NEWS

ରାୟଗଡ଼ାରେ ବଢ଼ୁଛି କରୋନା ସଂକ୍ରମଣ ,୨ ଶିଶୁଙ୍କ ସମେତ ୪୭ ସଂକ୍ରମିତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ କାୟା ବିସ୍ଥାର କରୁଛି କରୋନା । ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାୟଗଡ଼ା ସହର ଡିଏଫଓ ତଳିଅଞ୍ଚଳରୁ ୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେଥିମଧ୍ୟରୁ ୨ ଜଣ ଶିଶୁ ସଂକ୍ରମିତ ଥିବା ଜଣାପଡ଼ିଛି। ଡିଏଫଓ କଲୋନୀ ଝୋଟିଆ ସାହିରୁ ୨୭ ଜଣ ଓ ଦଳିତ ସାହିରୁ ୨ ଜଣ ଆକ୍ରାନ୍ତ ବାହାରିଛନ୍ତି।ତେବେ ଏହି ଗୋଟିଏ ବସ୍ତି ଅଚଂଳରୁ ୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ନିଦ ହଜିଯାଇଛି ।

BjdElectrycity

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲଗାତର ଭାବେ ଆଣ୍ଟିଜେନ ପରୀକ୍ଷା ସାଙ୍ଗକୁ ଚିହ୍ନଟ ପ୍ରକ୍ରିୟା ବ୍ୟାପକ ହେଉଥିଲେ ସୁଧା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଦି ପାଉଛି । ତେବେ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମଗ୍ର ଅଚଂଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ କରାଯିବା ସହ ସଙ୍ଗରୋଧକୁ ଗୁରୁତ୍ୱ ଦିଆଯାଇଛି । କଣ୍ଟେନମେଣ୍ଟ ଅଞ୍ଚଳରେ ଲୋକଙ୍କ ନିତି ଦିନିଆ ଆବଶ୍ୟକତାକୁ ଯେଗାଇବା ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଆକ୍ରାନ୍ତ ମାନଙ୍କୁ ଔଷଧ ପ୍ରଦାନ କରୁଥିବା ବେଳେ ହୋମ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ରାୟଗଡ଼ା ସାମାନ୍ୟ ଲକ୍ଷଣ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବା ସହ ମାସ୍କ ପରିଧାନ ସାଙ୍ଗକୁ ସାମାଜିକ ଦୁରତା ଓ ହାତକୁ ବାରମ୍ବାର ସାନିଟାଇଜ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ  ଅନୁରୋଧ କରିଛନ୍ତି ।

 

Leave A Reply

Your email address will not be published.