Latest Odisha News

BREAKING NEWS

ଟିଭିରେ ଆଲିଙ୍ଗନ ଦୃଶ୍ୟ ବ୍ୟାନ୍

ଇସଲାମାବାଦ :ଏଣିକି ଟିଭିରେ ଦେଖିପାରିବେନି ଆଲିଙ୍ଗନ ଦୃଶ୍ୟ  ।  ପ୍ରେମର  ମୁହୂର୍ତ୍ତ ହେଉ କି ବେଡ଼ରୁମର ମୁହୂର୍ତ୍ତ ଦର୍ଶକ ଦେଖିବାକୁ ପାଇବେ ନାହିଁ ।  ତେବେ ଏଭଳି ନିୟମ ପାକିସ୍ତାନରେ ଲାଗୁ ହୋଇଛି ।  ପାକିସ୍ତାନର ଟିଭି ଚ୍ୟାନେଲମାନଙ୍କରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମରେ ଅଶ୍ଳୀଳତା ବଢୁଥିବାବେଳେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।  ଏବାବଦରେ ଦର୍ଶକମାନେ ବାରମ୍ବାର ଅଭିଯୋଗ କରିବା ପରେ ପାକିସ୍ତାନ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ରେଗୁଲେଟରି ଅଥରିଟି  ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ତେବେ ନିର୍ଦ୍ଦେଶାବଳୀକୁ କିଛି ଲୋକ ବିରୋଧ କରିଥିବାବେଳେ କିଛି ଲୋକ ସମର୍ଥନ କରିଛନ୍ତି ।  ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଟିଭି ଚ୍ୟାନେଲମାନେ ପ୍ରସାରିତ କରୁଥିବା ଧାରାବାହିକରେ ଆଲିଙ୍ଗନ ଦୃଶ୍ୟ ଦେଖାଇବେ ନାହିଁ ।  ଅଥରିଟି ପକ୍ଷରୁ କୁହାଯାଇଛି ଯେ ଧାରାବାହିକରେ ଦିନକୁ ଦିନ ଅଶ୍ଳୀଳତା ବଢୁଥିବା ଯୋଗୁଁ ଦେଶସାରା ଅଭିଯୋଗ ଆସିବାରେ ଲାଗିଛି ।  ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

କୌଣସି ଧାରାବାହିକ ପ୍ରସାରିତ କରିବା ପୂର୍ବରୁ ଟିଭି ଚ୍ୟାନେଲର ମନିଟରିଂ କମିଟି ମାଧ୍ୟମରେ ପ୍ରସାରଣ ଯୋଗ୍ୟ ବୋଲି ଅନୁମୋଦନ କରିବାକୁ ପଡିବ ।  ଏହା ସହ ମନିଟରିଂ କମିଟି ଯଦି କୌଣସି ପରିବର୍ତ୍ତନ କରିବାକୁ କହିବେ, ତାହାକୁ ଏଡିଟିଂ କରାଯାଇ ହିଁ ପ୍ରସାରଣ କରାଯିବାକୁ ନିର୍ଦ୍ଦେଶା |

Leave A Reply

Your email address will not be published.