Latest Odisha News

BREAKING NEWS

କରୋନା ଆକ୍ରାନ୍ତଙ୍କଠାରେ ସମ୍ପୂର୍ଣ୍ଣ ଗନ୍ଧ ଏବଂ ସ୍ୱାଦ ଫେରିବାକୁ ପ୍ରାୟ ଏକ ବର୍ଷ ଲାଗିପାରେ; ରିପୋର୍ଟ

ନୂଆଦିଲ୍ଲୀ: କରୋନା ସଂକ୍ରମିତ ହେବା ପରେ ଗନ୍ଧ ଏବଂ ସ୍ବାଦ ହରାଇବା ଏକ ପ୍ରାରମ୍ଭିକ ସମସ୍ୟା ହୋଇଯାଇଛି। ଅଧିକାଂଶ କରୋନା ଆକ୍ରାନ୍ତଙ୍କଠାରେ ଏହି ଲକ୍ଷଣ ଦେଖିବାକୁ ମିଳୁଛି। ତେବେ ଏକ ଅଧ୍ୟୟନ ଅନୁଯାୟୀ କରୋନା ରୋଗୀଙ୍କଠାରେ ସମ୍ପୂର୍ଣ୍ଣ ଗନ୍ଧ ଏବଂ ସ୍ବାଦ ଫେରିଆସିବାକୁ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିପାରେ।

ଗନ୍ଧ ନଷ୍ଟ ହେବା ବ୍ୟକ୍ତିର ଜୀବନଶୈଳୀ ଉପରେ ଗୁରୁତର ଭାବରେ ପ୍ରଭାବ ପକାଇପାରେ। ଖାଦ୍ୟର ସ୍ବାଦ ଚାଖିବା, ପରିବେଶରେ ବାୟୁବାହୀ ବିପଦ ଚିହ୍ନଟ କରିବା ଏବଂ ଇନ୍ଦ୍ରିୟ ଉପରେ ନିର୍ଭରଶୀଳ ଅନ୍ୟାନ୍ୟ କାର୍ଯ୍ୟ କରିବା କଷ୍ଟସାଧ୍ୟ ହୋଇଥାଏ।

ଫ୍ରାନ୍ସର ଷ୍ଟ୍ରାସବର୍ଗର ୟୁନିଭରସିଟି ହସ୍ପି‌ଟାଲର ଅନୁସନ୍ଧାନକାରୀମାନେ ୯୭ କୋଭିଡ-୧୯ ରୋଗୀଙ୍କୁ ଅନୁସରଣ କରିଥିଲେ, ଯେଉଁମାନେ ଏକ ବର୍ଷ ଯାଏ ସ୍ୱାଦ ଏବଂ ଘ୍ରାଣ ଶକ୍ତି ହରାଇଥିଲେ। ଏ ନେଇ ଜାମା ନେଟୱାର୍କ ଓପନ୍ ରେ ତଥ୍ୟ ପ୍ରକାଶ ପାଇଛି।

Comments are closed.