Latest Odisha News

BREAKING NEWS

ବିଧାନସଭା ଅଧିବେଶନ ପୂର୍ବରୁ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ  । ତାପୂର୍ବରୁ ଆଜି ସମସ୍ତ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କର କୋଭିଡ୍ RTPCR ଟେଷ୍ଟ କରାଯାଉଛି  । ବିଧାନସଭା ପରିସରରେ ହୋଇଥିବା ସ୍ୱତନ୍ତ୍ର ଶିବିରରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସଂସଦୀଯ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସମେତ ବହୁ ବିଧାୟକଙ୍କ ନମୁନା ସଂଗ୍ରହ କରାଯାଇଛି  । ଏଥିସହ ସମସ୍ତ ବିଧାୟକଙ୍କର ଆଣ୍ଟିବଡି ଟେଷ୍ଟ ବି କରାଯାଉଛି  । ଏଥିପାଇଁ ବିଧାନସଭା ପରିସରରେ ପୃଥକ ପୃଥକ ଦୁଇଟି କ୍ୟାମ୍ପ କରାଯାଇଛି  ।

ଯେଉଁ ବିଧାୟକମାନେ ଗୃହକୁ ଆସିପାରିବେ ନାହିଁ ସେମାନଙ୍କ ପାଇଁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରାଯିବ  । ଏବେ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ  । ସେ ଗୃହ କାର୍ଯ୍ୟରେ ସାମିଲ ହେବାକୁ ଚାହିଁଲେ ହସ୍ପିଟାଲରୁ ତାଙ୍କ ପାଇଁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି  ।

ଆସନ୍ତା ୧ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ  । ସୁରୁଖୁରୁରେ ଗୃହ କାର୍ଯ୍ୟ ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର  । କୋଭିଡ୍ କଟକଣାରେ ଚାଲିବ ବିଧାନସଭାର ଏହି ସ୍ୱଳ୍ପକାଳୀନ ଅଧିବେଶନ  । ୯ ତାରିଖ ଯାଏ ଚାଲିବ  ।

Leave A Reply

Your email address will not be published.