Latest Odisha News

BREAKING NEWS

‘ସ୍ୱଚ୍ଛତା’ ତାଲିକାରେ ପ୍ରଥମ ସ୍ଥାନରେ ‘ଇନ୍ଦୋର’; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଦେଶର ‘ସ୍ୱଚ୍ଛତା’ ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଇନ୍ଦୋର। ଯାହାକୁ ନେଇ ଆଜି ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀର୍ଘ ବର୍ଷ ଧରି ଇନ୍ଦୋର ଏପରି ସଫଳତାକୁ ନେଇ ପ୍ରଶଂସା କରିଥିଲେ। ସେ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ବେଳେ କହିଛନ୍ତି ଯେ ମଧ୍ୟପ୍ରଦେଶର ଇନ୍ଦୋର ଦୀର୍ଘ ବର୍ଷ ଧରି ‘ସ୍ୱଚ୍ଛତା’ ମାନ୍ୟତାରେ ପ୍ରଥମ ନମ୍ବର ସ୍ଥାନରେ ରହିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇନ୍ଦୋର ଭାରତର ପ୍ରଥମ ‘ୱାଟର ପ୍ଲସ୍ ସହର’ ହୋଇପାରିଛି।

ସେ କହିଛନ୍ତି ଯେ ସଫଳତାର ସହ ‘ସ୍ୱଚ୍ଛତା ସହର’ ଆଖ୍ୟା ପାଇବା ପରେ ଇନ୍ଦୋର ଭାରତର ପ୍ରଥମ ‘ୱାଟର ପ୍ଲସ୍’ ସହର ହୋଇ ଆଊ ସଫଳତା ହାସଲ କରିପାରିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଇନ୍ଦୋରବାସୀ ନିଜ ସହରକୁ ‘ୱାଟର ପ୍ଲସ୍ ସିଟି’ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମ ଦେଶରେ ‘ୱାଟର ପ୍ଲସ୍’ ସହର ସଂଖ୍ୟା ସହିତ ପରିଷ୍କାର ପରିଚ୍ଛନ୍ନତା ବୃଦ୍ଧି ପାଇବ।

ମନ୍‌ କୀ ବାତ୍‌ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ନାଗରିକମାନଙ୍କୁ ବିଶେଷ କରି କରୋନା ମହାମାରୀ ସମୟରେ ‘ସ୍ୱଚ୍ଛ ଭାରତ’ ମିଶନର ଗତି ବଜାୟ ରଖିବାକୁ କହିଥିଲେ।

Leave A Reply

Your email address will not be published.