Latest Odisha News

BREAKING NEWS

କେବେ ଆସିବ କରୋନାର ତୃତୀୟ ଲହର, ଆଗୁଆ ଜାଣି ହେବ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ସରିନି ଚିନ୍ତା । କେବେ ଆସିବ କରୋନାର ତୃତୀୟ ଲହର, ତାକୁ ଏବଠୁ ଆରମ୍ଭ ହେଲାଣି କଳ୍ପନା ଜଳ୍ପନା । ତେବ ତୃତୀୟ ଲହର ଆସିବା ପୂର୍ବରୁ ଆଗୁଆ ଜାଣି ହେବ । ଏଭଳି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଦ୍ବିତୀୟ ଲହର ମୁମ୍ବାଇ ଓ ଦିଲ୍ଲୀରେ ଆସିବା ପରେ ଓଡ଼ିଶାକୁ ଆସିଥିଲା । ତେଣୁ ଥାର୍ଡ ଓ୍ବେଭ ଆସିଲେ ଜାଣି ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ତେବେ ଥାର୍ଡ ଓ୍ବେଭ ମୁକାବିଲା ପାଇଁ ରାଜ୍ୟ ପୁରାପୁରି ପ୍ରସ୍ତୁତ ଅଛି । ସେହିପରି ଟିକା ନେବା ପରେ ସଂକ୍ରମିତ ହୋଇଥିବା ୨୭୪ ଜଣଙ୍କ ଉପରେ ଅନୁଧ୍ୟାନ କରିଛି ଆଇସିଏମଆର । ଭ୍ୟାକ୍ସିନ ନେବା ପରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉନାହାନ୍ତି । ଏହା ଶରୀରରେ ଆଣ୍ଟିବଡି ସୃଷ୍ଟି କରୁଛି । ଏହାସତ୍ବେ ବି ଅଧିକ ସୁରକ୍ଷିତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ଭ୍ୟାକ୍ସିନ ନେବା ପରେ କେତେ ସଂକ୍ରମିତ ହେଉଛନ୍ତି, କେତେ ଲୋକ ଗୁରୁତର ହୋଇଛନ୍ତି, ସେ ନେଇ ରାଜ୍ୟ ସରକାରଙ୍କ ଦ୍ବାରା ଗଠନ ହୋଇଥିବା ବୈଷୟିକ କମିଟି ଅନୁଧ୍ୟାନ କରୁଛି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Leave A Reply

Your email address will not be published.