ନୂଆଦିଲ୍ଲୀ: ବିଗତ କିଛିଦିନ ହେବ ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ଅବଗତି ନଜର ଆସିଥିବା ବେଳେ ପୁଣି ଥରେ ଏହି ଗ୍ରାଫ ଉପରମୁଁହା ହୋଇଥିବା ଦେଖୁବାକୁ ମିଳିଛି।
ଗତକଲି ୫୦ ହଜାରର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବିଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ହ୍ରାସ ପାଇଛି । ଦିନକରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୪୭ ହଜାର ୬୩୮ ଜଣ । ମୋଟ୍ ପଜିଟିଭ୍ କେସ୍ ୮୪ ଲକ୍ଷ ୧୧ ହଜାର ୭୨୪ କୁ ବଢିଛି ।
ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬୭୦ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । କରୋନାରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୨୪ ହଜାର ୯୮୫ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।
ସୁସ୍ଥ ସଂଖ୍ୟା ୭୭ ଲକ୍ଷ ୬୫ ହଜାର ୯୬୬ ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ ଆକ୍ଟିଭ୍ କେସ୍ ରହିଛି ୫ ଲକ୍ଷ ୨୦ ହଜାର ୭୭୩ ।
Comments are closed.