Latest Odisha News

BREAKING NEWS

ଓଡ଼ିଶା ପହଞ୍ଚିଲା ୧ ଲକ୍ଷ ଡୋଜ କୋଭିଶିଲ୍ଡ ଟିକା

ଭୁବନେଶ୍ୱର: ଓଡ଼ିଶା ପହଞ୍ଚିଲା ୧ ଲକ୍ଷ ଡୋଜ କୋଭିଶିଲ୍ଡ ଟିକା। ଓଡିଶା ସରକାରଙ୍କ ଦ୍ବାରା କିଣାଯାଇଥିବା କୋଭିଶିଲ୍ଡ ଟିକାର ୧ ଲକ୍ଷ ଡୋଜ ଶନିବାର ଭୁବନେଶ୍ୱରରେ ପହଞ୍ଚିଛି।

ଏହି କୋଭିଶିଲ୍ଡ ଟିକା ଏକ ସ୍ୱତନ୍ତ୍ର କାର୍ଗୋ ବିମାନରେ ଅପରାହ୍ନ ୨ ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ମହାପାତ୍ର ସୂଚନା ଦେଇଛନ୍ତି ଯେ ଏହି ଡୋଜଗୁଡିକ ୧୮ରୁ ୪୪ ବୟସ ବର୍ଗଙ୍କୁ ଦିଆଯିବ।

ସୂଚନାଯୋଗ୍ୟ, ୧୮ରୁ ୪୪ ବୟସ ବର୍ଗରେ ପ୍ରାୟ ୧.୯୩ କୋଟି ଲୋକଙ୍କୁ ଟିକାକରଣ କରାଯିବ। ଏଥିପାଇଁ ରାଜ୍ୟ ସରକାର ମେ ୧ ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.