Latest Odisha News

ପୁଣି ରୂପ ବଦଳାଇଲା କରୋନା; ଏକ୍ସବିବି.୧.୧୬ ମ୍ୟୁଟେସନ ହେଇ ଏକ୍ସବିବି.୧.୧୬.୧ ହୋଇଛି, ୧୧୪ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଗୋଟିଏ ଗୋଟିଏ ପରେ ନୂଆ ଭୂତାଣୁକୁ ଜନ୍ମ ଦେଉଛି କରୋନା ଭାଇରସ। ଏବେ ଏବେ ଚିହ୍ନଟ ହୋଇଥିବା ଓମିକ୍ରନର ସବ୍‌ଭ୍ୟାରିଏଣ୍ଟ  XBB.1.16ରେ ବି ମ୍ୟୁଟେସନ ଦେଖିବାକୁ ମିଳିଛି। ଏଥିରେ ମ୍ୟୁଟେସନ ହୋଇ XBB.1.16.1 ସବ୍‌ଭ୍ୟାରିଏଣ୍ଟକୁ ଜନ୍ମ ଦେଇଛି। ନୂଆ ଭୂତାଣୁ XBB.1.16.1 ସବ୍‌ଭ୍ୟାରିଏଣ୍ଟ ସୃଷ୍ଟି ହେବା ମାତ୍ରେ ଭାରତରେ ଲୋକଙ୍କୁ ସଂକ୍ରମିତ କରିବା ଆରମ୍ଭ କରିଦେଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୧୩ ମାମଲା ଚିହ୍ନଟ ହୋଇଛି। ଅଧିକାଂଶ ମାମଲା ସେଣ୍ଟ୍ରାଲ ଗୁଜରାଟ ଓ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି।

XBB ହେଉଛି ଓମିକ୍ରମନର ସବ୍‌ଭ୍ୟାରିଏଣ୍ଟ। ବର୍ତ୍ତମାନ ଏହା ଅଧିକ ବ୍ୟାପୁଛି । ତେବେ ବର୍ତ୍ତମାନ ସୁଧା ଭାରତରେ ଓମିକ୍ରନ ୪୦୦ ନୂଆ ଭ୍ୟାରିଏଣ୍ଟ ଚିହ୍ନଟ କରାଯାଇ ସାରିଲାଣି। ଗତ ୧୫ ମାସରେ ଏତେସବୁ ଭ୍ୟାରିଏଣ୍ଟ ଚିହ୍ନଟ କରାଯାଇଥିବା ବେଳେ ସେଥିରୁ ୯୦ ପ୍ରତିଶତ ଭ୍ୟାରିଏଣ୍ଟ ହେଉଛି XBB । ତେବେ କରୋନା ପାଇଁ ଜେନୋମ ସିକ୍ୟୁଏନ୍ସ ଅଧ୍ୟୟନ କରି ଭାଇରସର ପରିବର୍ତ୍ତନ ଉପରେ ଗବେଷଣା କରୁଥିବା INSACOG ପୋର୍ଟାଲ୍‌ରେ  XXB.1.16.1କୁ ଏପର୍ଯ୍ୟନ୍ତ ତାଲିକା  ଭୁକ୍ତ କରାଯାଇ ନାହିଁ।

ବର୍ତ୍ତମାନ ସୁଧା ଏହି ସବ୍‌ଭ୍ୟାରିଏଣ୍ଟଗୁଡ଼ିକ ଲୋକଙ୍କୁ ଗୁରୁତର କରିଦେଉଥିବାର କୌଣସି ପ୍ରମାଣ ମିଳିପାରି ନାହିଁ। ତେବେ ଓମିକ୍ରନର ସବୁ ଭ୍ୟାରିଏଣ୍ଟକୁ ନିରକ୍ଷଣ କରାଯାଉଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।  INSACOG ବୁଲେଟିନର କହିବା କଥା ହେଲା XXB.1.16 ଭ୍ୟାରିଏଣ୍ଟ ଦେଶରେ ମୋଟ ସଂକ୍ରମଣର ୩୮.୨ ପ୍ରତିଶତ ସଂକ୍ରମଣ ପାଇଁ ଦାୟୀ। ତେବେ ଓମିକ୍ରନ ସଂକ୍ରମିତଙ୍କ ଠାରେ ଯେଉଁସବୁ ଲକ୍ଷଣ ଦେକାଯାଉଛି ଏହା ସବ୍‌ଭ୍ୟାରିଏଣ୍ଟକ ଦ୍ୱାରା ସଂକ୍ରମିତଙ୍କ ଠାରେ ସମାନ ଲକ୍ଷଣ ଦେଖାଯାଉଛି।  XXB.1.16 ଦ୍ୱାରା ସଂକ୍ରମିତ ଲୋକଙ୍କୁ ଡାଇରିଆ, ମାଂସପେଷୀ ଯନ୍ତ୍ରଣା, କଫ ଓ ଥଣ୍ଡା ଆଦି ହେଉଛି।

Comments are closed.