Latest Odisha News

BREAKING NEWS

ସୁନ୍ଦରଗଡରେ ହଜାରେ ଡେଇଁଲା କରୋନା ଆକ୍ଟିଭ କେସ୍‌

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୪୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୭୧୭ରେ ପହଞ୍ଚିଛି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।

ପ୍ରଶାସନର ସୂଚନାନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ରାଉରକେଲା ସରକାରୀ ହସ୍ପିଟାଲ (ଆରଜିଏଚ)ର କର୍ମଚାରୀ ରହିଛନ୍ତି । ଆଣ୍ଟିଜେନ୍ ଟେଷ୍ଟରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅଧିକ ପଢନ୍ତୁ- ରାଜ୍ୟରେ ଆଉ ୫ ଜିଲ୍ଲାରୁ ୯ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୩୧୪

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୧୦୪୧ କରୋନା ମାମଲା ରହିଥିବା ବେଳେ ୧୬୫୨ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଛଡା ୨୦ ଜଣ ମୃତ୍ୟୁ ବରଣ କରିଛନ୍ତି ।

ଅଧିକ ପଢନ୍ତୁ- ଓଡିଶାର ୩୦ ଜିଲ୍ଲାରୁ ନୂଆ ୧୯୮୧ କରୋନା ଆକ୍ରାନ୍ତ ଚିହ୍ନଟ

Leave A Reply

Your email address will not be published.