Latest Odisha News

BREAKING NEWS

ସମ୍ବଲପୁରର ଆଉ ୭ ସହରରେ ୧୪୪ ଧାରା ଜାରି

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଆଉ ୭ ଟି ସହରେ ପୁଣି ଲାଗୁ ହୋଇଛି ୧୪୪ ଧାରା । ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଆଉ ୭ଟି ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

୧୪୪ଧାରା ଜାରି ହୋଇଥିବା ସ୍ଥାନ ଗୁଡିକ ହେଉଛି: ଖେତରାଜପୁରର କଡାମାଲ, ଖେତରାଜପୁରର କଲ୍ୟାଣୀ ରେସିଡେନ୍ସି , ମୋଦିପଡାର ଦେଉଳବନ୍ଧ, ଚର୍ଚ୍ଚ ସାମ୍ନାର ଖ୍ରୀଷ୍ଚିଆନ ପଡା,  ବୁଢାରଜାର ଶାନ୍ତି ନଗର, ପେନସନପଡା, ଦୁର୍ଗାପାଲିର ତଳି ପଡା । ଏହି ୭ ଟି ଅଂଚଳରେ ୧୪୪ ଧାରା ଲାଗୁ ହୋଇଛି । ଅଞ୍ଚଳର ୧୦୦ ମିଟର ବ୍ୟାସାର୍ଦ୍ଧ ଭିତରେ ସାଧାରଣ ଲୋକଙ୍କୁ ପ୍ରବେଶ କରିବା ପାଇଁ ମନା  କରାଯାଇଛି । କଟକଣା ନମାନିଲେ କଡା ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ।

Leave A Reply

Your email address will not be published.