Latest Odisha News

BREAKING NEWS

କୋଭିଡ୍‌-୧୯ ; ବଜାରରେ ମିଳୁଛି ଆଣ୍ଟି-କରୋନା ମିଠେଇ !

ପଶ୍ଚିମବଙ୍ଗ: ବାହାରିନି କରୋନାଭାଇରସ୍‌ର ପ୍ରତିକାରକ । ହେଲେ ବଜାରରେ ମିଳୁଛି ଆଣ୍ଟି-କରୋନା ମିଠେଇ । କୌଣସି ପ୍ରତିକାରକ ନୁହେଁ ବରଂ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ପାଇଁ ଜଣେ ବ୍ୟକ୍ତି ଏପରି ମିଠେଇ ପ୍ରସ୍ତୁତ କରିଛନ୍ତି ।

ପଶ୍ଚିମବଙ୍ଗ ଯାଦବପୁରର ହିନ୍ଦୁସ୍ତାନ ସୁଇଟ୍ସ ନାମକ ଏକ ଦୋକାନରେ ମିଳୁଛି ଏଭଳି ସ୍ୱତନ୍ତ୍ର ମିଠେଇ । ଯାହାର ଆକାର ଓ ଜୈବିକ ବିବରଣୀ ଠିକ୍ କରୋନାଭାଇରସ୍ ଭଳି ।

ମିଠା ଦୋକାନର ମାଲିକ ରବୀନ୍ଦ୍ରଙ୍କ ଅନୁଯାୟୀ ଏହି ମିଠା କରୋନାଭାଇରସ୍‌କୁ ନେଇ କୌଣସି ଗୁଜବ ସୃଷ୍ଟି କରି ବ୍ୟବସାୟ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇନି । ଭାଇରସ୍‌କୁ ନେଇ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ଲାଗି ଏପରି ମିଠା ସେ ପ୍ରସ୍ତୁତ କରିଛନ୍ତି ।

ରବୀନ୍ଦ୍ର ଏପରି ମିଠା ପ୍ରସ୍ତୁତ କରିବା ସହ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ପାଣ୍ଠିରେ ୧ ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି । ତା ଛଡା କ୍ୱାରେଣ୍ଟାଇନ୍ ପାଇଁ ନିଜର ୫ ମହଲା ବିଶିଷ୍ଟ ଘର ବି ଯୋଗାଇଦେଇଛନ୍ତି ।

ରବୀନ୍ଦ୍ରଙ୍କ ଉଦ୍ୟମରେ ଖୁସୀ ହୋଇ ଗତ ସପ୍ତାହରେ ପଶ୍ଚିମବଙ୍ଗରେ ଲକ୍‌-ଡାଉନ୍ ଥିଲେ ବି ସରକାରଙ୍କ ତରଫରୁ ତାଙ୍କୁ ୪ ଘଣ୍ଟା ଅଧିକ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲା ।

Leave A Reply

Your email address will not be published.