Latest Odisha News

BREAKING NEWS

କୋଭିଡ୍‌-୧୯; ଏବେ ଘରେ ବସି କରିପାରିବେ ନମୁନା ପରୀକ୍ଷଣ !

ବେଙ୍ଗାଲୁରୁ: ଏଣିକି ଘରେ ବସି କରିପାରିବେ କୋଭିଡ-୧୯ ପରୀକ୍ଷଣ । ମାତ୍ର କିଛି ମିନିଟ୍‌ରେ ଜଣାପଡିବ କରୋନାଭାଇରସ୍ ରିପୋର୍ଟ । କିଛି ଏପରି ଦାବି କରିଛି ବେଙ୍ଗାଲୁରୁ ଏକ ଜେନିଟିକ୍ ଓ ମାଇକ୍ରୋବାୟୋମ୍ ଟେଷ୍ଟିଂ କମ୍ପାନୀ ବାୟୋନ୍ ଭେଂଚର୍ସ । ଏହି ଟେଷ୍ଟିଂ କିଟ୍ ଆଗାମୀ ଗୋଟିଏ ସପ୍ତାହରେ ଭାରତରେ ଉପଲବ୍‌ଧ ହେବ ।

ଡେକାନ୍ ହେରାଲ୍ଡର ରିପୋର୍ଟ ଅନୁଯାୟୀ ବେଙ୍ଗାଲୁରୁ ବାୟୋନ୍ ଆମେରିକାରୁ ଏହି ଟେଷ୍ଟିଂ କିଟ୍‌କୁ ଆମଦାନୀ କରିବ । ପୂର୍ବରୁ ଇଣ୍ଡିଆନ୍ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR) ଏହି କିଟ୍‌କୁ ସ୍ୱୀକୃତି ଦେଇସାରିଛି ।

ଏହି ଟେଷ୍ଟିଂ କିଟ୍ ର ସମ୍ଭାବ୍ୟ ମୂଲ୍ୟ୨ରୁ ୩ ହଜାର ଟଙ୍କା ମଧ୍ୟରେ ରହିବ । ମାତ୍ର ୫ ରୁ ୧୦ ମିନିଟ୍ ଭିତରେ ଏହି ଟେଷ୍ଟିଂ କିଟ୍ କୋଭିଡ-୧୯ ପରୀକ୍ଷଣର ରିପୋର୍ଟ ଦେବ ।

ପ୍ରାଥମିକ ପର୍ଯ୍ୟାୟରେ ଏହି କମ୍ପାନୀ ସପ୍ତାହକୁ ୨୦ ହଜାର କିଟ୍ ଆମଦାନୀ କରିବ । ଆଗକୁ ଡିମାଣ୍ଡ ବଢିଲେ ଖୋଦ ନିଜେ ପ୍ରସ୍ତୁତ କରିବାକୁ ବି ଯୋଜନା ରଖିଛି ।

Leave A Reply

Your email address will not be published.