Latest Odisha News

BREAKING NEWS

ଉପରମୁଁହା ମୃତ୍ୟୁର ମିଟର: ୨୪ ଘଣ୍ଟାରେ ଯାଇଛି ୧୨୦୯ ମୁଣ୍ଡ, ମୋଟ ସଂଖ୍ୟା ୭୬ ହଜାର ପାର୍

ନୂଆଦିଲ୍ଲୀ: ହୁ ହୁ ହୋଇ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର ମିଟର ।

ଗତ ୨୪ ଘଣ୍ଟାରେ ଦେଶରେ ୧୨୦୯ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହା ସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୭୬ ହଜାର ୨୭୧ ରେ ପହଞ୍ଚିଛି । ଏହାସହ ଗତ ୨୪ ଘଣ୍ଟାରେ ୯୬,୫୫୧ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ମୋଟ ସଂଖ୍ୟା ୪୫,୬୨,୪୧୫ ରେ ପହଞ୍ଚିଛି।

ବର୍ତ୍ତମାନ ସୁଦ୍ଧା ଦେଶରେ ୯,୪୩,୪୮୦ ଟି ସକ୍ରିୟ ମାମଲା ରହିଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ୩୫,୪୨,୬୬୪ ଛୁଇଁଛି ।

ଦେଶରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ବିହାର, ଓଡିଶା ଉତ୍ତରପ୍ରଦେଶ ଆଦି ରାଜ୍ୟରେ ସଂକ୍ରମଣ ବଢୁଛି । ସେହିପରି ଟେଷ୍ଟିଂ କ୍ଷମତା ବି ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.