Latest Odisha News

BREAKING NEWS

ରିୟା ଚକ୍ରବର୍ତ୍ତୀଙ୍କୁ ମିଳିବ କି ଜାମିନ ? ଆଜି ଆସିବ ରାୟ

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିବ କି ଜାମିନ ? ଆଜି ଆସିବା ରାୟ । ଗତକାଲି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସେସନ୍ସ କୋର୍ଟ । ଏହାସହ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ବେଲ୍ ଆବେଦନର ବି ରାୟ ଆସିବ ।

ଗତକାଲି ଜାମିନ ପିଟିସନ ଶୁଣାଣି ବେଳେ ରିୟାଙ୍କୁ ବେଲ ଦେବାକୁ ବିରୋଧ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଏନସିବି କହିଥିଲା, ରିୟା ଓ ସୌଭିକ୍ ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ଡ୍ରଗ୍ସ ଯୋଗାଡ କରୁଥିଲେ । ଡ୍ରଗ୍ସ ଲିଙ୍କରେ ଗିରଫ ଅନ୍ୟ ଅଭିଯୁକ୍ତ ଦୀପେଶ ସାଓ୍ୱନ୍ତ ବୟାନରେ କହିଛି ଯେ, ସେ ସୁଶାନ୍ତ ଓ ରିୟାଙ୍କ ନିର୍ଦ୍ଦେଶ ଅନୁସାରେ ନିଶା ଦ୍ରବ୍ୟ କିଣୁଥିଲା ।

ଡ୍ରଗ୍ସ ଲିଙ୍କରେ ରିୟା, ସୌଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର ସାମୁଏଲ୍ ମିରାଣ୍ଡା, ଦୀପଶ ସାଓ୍ୱନ୍ତଙ୍କ ସମେତ ୧୦ ଜଣଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଗିରଫ ପରେ ରିୟାଙ୍କୁ ୧୪ ଦିନ ପାଇଁ ଆସନ୍ତା ୨୨ ତାରିଖ ଯାଏ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏବେ ସେ ମୁମ୍ୱାଇର ବାଇକୁଲା ଜେଲରେ ଅଛନ୍ତି ।

Leave A Reply

Your email address will not be published.