Latest Odisha News

ଭାଙ୍ଗିଲା ସବୁ ରେକର୍ଡ: ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୭୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ଟପିଲା ୬୦ ହଜାର

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର ମିଟର ।

ଗତ ୨୪ ଘଣ୍ଟାରେ ସର୍ବାଧିକ ୭୫,୭୬୦ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ମୋଟ ସଂଖ୍ୟା ୩୩,୧୦,୨୩୫ ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ଦେଶରେ ୧,୦୨୩ ଜଣଙ୍କର ମୃତ୍ୟୁ ରେକର୍ଡ ହୋଇଛି । ଏହାକୁ ମିଶାଇ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୬୦,୪୭୨ ରେ ପହଞ୍ଚିଛି।

ବର୍ତ୍ତମାନ ସୁଦ୍ଧା ଦେଶରେ ୭,୨୫,୯୯୧ ଟି ସକ୍ରିୟ ମାମଲା ରହିଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ୨୫,୨୩,୭୭୨ ଛୁଇଁଛି ।

ଦେଶରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ବିହାର, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ସଂକ୍ରମଣ ବଢୁଛି । ସେହିପରି ଟେଷ୍ଟିଂ କ୍ଷମତା ବି ବୃଦ୍ଧି କରାଯାଇଛି । ବର୍ତ୍ତମାନ ଦେଶରେ ପ୍ରତିଦିନ ପାଖାପାଖି ୫ ଲକ୍ଷରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟ କରାଯାଉଛି ।

Comments are closed.