Latest Odisha News

BREAKING NEWS

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ; ଆଜି ୩୬୦୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୩୬୦୦ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ୩୩୪ରେ ପହଞ୍ଚିଛି ।

 

ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ସମସ୍ତ ପଜିଟିଭଙ୍କ ମଧ୍ୟରୁ ୨୧୦୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଏବଂ ୧୪୯୧ ଜଣ ସ୍ଥାନୀୟ ବାସିନ୍ଦା ।

ଅପରପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୪୩୮୦ ଜଣ ସୁସ୍ଥ ହୋଇଛନ୍ତି ।

ଅଧିକ ପଢନ୍ତୁ- ଗୋଟିଏ ଦିନରେ ରାଜ୍ୟରେ ୪୮ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୩୫,୩୨୬ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୮୭୫ ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.