Latest Odisha News

BREAKING NEWS

ସୁନ୍ଦରଗଡରେ ୨୩ ଶହ ଡେଇଁଲା କରୋନା ସଂକ୍ରମଣ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୨୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

BjdElectrycity

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ।

ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଆକ୍ରାନ୍ତ ରାଉରକେଲାରୁ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରେ କିଛି ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରି ରହିଥିବା ବେଳେ ଆଉ କିଛି ଆଣ୍ଟିଜେନ୍ ଟେଷ୍ଟ ବେଳେ ଚିହ୍ନଟ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୨୩୬୨ କରୋନା ମାମଲା ରହିଥିବା ବେଳେ ୧୪୨୭ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଛଡା ୧୮ ଜଣ ମୃତ୍ୟୁବରଣ କରିଛନ୍ତି ।

ଅଧିକ ପଢନ୍ତୁ- ଓଡିଶାର ୨୯ ଜିଲ୍ଲାରୁ ନୂଆ ୧୫୨୮ କରୋନା ଆକ୍ରାନ୍ତ ଚିହ୍ନଟ

Leave A Reply

Your email address will not be published.