Latest Odisha News

BREAKING NEWS

ରାଜ୍ୟରେ ମନ୍ଦିର ଖୋଲିବା ନେଇ ବିଚାର ଚାଲିଛି

ଭୁବନେଶ୍ୱର: ରାଜ୍ୟରେ ମନ୍ଦିର ଖୋଲିବା ନେଇ ହାଇକୋର୍ଟଙ୍କ ପକ୍ଷରୁ ଗ୍ରୀନ୍ ସିଗ୍‌ନାଲ ମିଳି ସାରିଛି । ତେବେ ମହାମାରୀ କରୋନା ଭିତରେ ମନ୍ଦିର ଖୋଲିବ ନା ନାହିଁ ସେ ନେଇ ବିଚାର ବିମର୍ଷ ଚାଲିଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । କୋଭିଡ ନିୟମ ନେଇ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି ମନ୍ତ୍ରୀ ।

ସୂଚନା ଯୋଗ୍ୟ ଯେ, କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡିକ ବନ୍ଦ କରିଦେଇଥିଲେ । ମନ୍ଦିରଗୁଡିକ ଖୋଲାଯାଇ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସାଧାରଣ ଦର୍ଶନ ମନା ଥିଲା ।

Leave A Reply

Your email address will not be published.