Latest Odisha News

BREAKING NEWS

କରୋନା ପାଇଁ ବନ୍ଦ ହେଲା ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ୱର: ୧୯୪୮ ମସିହା ଏପ୍ରିଲ୍ ୧୩ ତାରିଖ ଦିନ ଐତିହ୍ୟସମ୍ପନ୍ନ ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱରରେ ଓଡ଼ିଶାର ନୂତନ ରାଜଧାନୀର ଶିଳାନ୍ୟାସ କରିଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁ ।

ସେହି ଶିଳାନ୍ୟାସ ଦିବସଟିକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ବିଗତ ୩୦ବର୍ଷ ଧରି ରାଜଧାନୀ ପ୍ରତିଷ୍ଠା ଦିବସ ଭାବରେ ପାଳନ କରିଆସୁଛି ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ।

ରାଜ୍ୟ ସରକାର ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ପ୍ରତିବର୍ଷ ଏପ୍ରିଲ ୧୩ ତାରିଖ ଦିନ ବେସାମରିକ ପ୍ୟାରେଡ, ଆଲୋକସଜ୍ଜା ଓ ରାଜଧାନୀ ମହୋତ୍ସବ ଆୟୋଜନ କରିଆସୁଛି କମିଟି । ମାତ୍ର ଚଳିତ ବର୍ଷ ମହାମାରୀ ‘କରୋନା’ର କରାଳ ପ୍ରକୋପରେ ସାରା ବିଶ୍ୱ ତଥା ଆମ ଦେଶ ଥରହର ହେଉଥିବା ବେଳେ ଏବଂ ଦେଶ ତଥା ରାଜ୍ୟବ୍ୟାପୀ ଲକ୍‌ଡାଉନ ଜାରି ହୋଇଥିବାରୁ କୌଣସି କାର୍ଯ୍ୟକ୍ରମର ଆୟୋଜନ ନକରିବାକୁ ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.