Latest Odisha News

BREAKING NEWS

କରୋନା ଆତଙ୍କ; ୩ ଆଫ୍ରିକୀୟ ଦେଶରେ ଗରିଲାଙ୍କୁ ଲକ୍‌-ଡାଉନ୍ !

ଲଣ୍ଡନ: ରୱାଣ୍ଡା, ଉଗାଣ୍ଡା ଓ କଙ୍ଗୋ ଭଳି ତିନୋଟି ଆଫ୍ରିକୀୟ ଦେଶରେ ଗରିଲାଙ୍କୁ ଲକ୍‌-ଡାଉନରେ ରଖାଯାଇଛି । ସମସ୍ତ ଅଭୟାରଣ୍ୟ ବନ୍ଦ ଥିବାବେଳେ ଲକ୍‌-ଡାଉନ୍ ତାଲିକାରେ ଓରାଙ୍ଗଓଟାନ ଭଳି ଲୋପ ପାଉଥିବା ଜାତିକୁ ବି ସାମିଲ କରାଯାଇଛି ।

ଡେଲି ମେଲ୍ ରିପୋର୍ଟ ଅନୁଯାୟୀ ଗରିଲା ଓ ଓରାଙ୍ଗଓଟାନଙ୍କ ବଂଶ ଲୋପ ପାଉଥିବାବେଳେ ପୂର୍ବରୁ ଏହି ପଶୁମାନଙ୍କୁ ଇବୋଲା ଭଳି ଭାଇରସ୍ ବି ସଂକ୍ରମଣ କରିସାରିଛି । ତେବେ କରୋନାଭାଇରସକୁ ନେଇ କୌଣସି ରିସ୍କ ନ ନେବା ପାଇଁ ଏହି ଦୁଇଟି ଲୋପ ପାଉଥିବା ଜାତିଙ୍କୁ ଲକ୍‌-ଡାଉନରେ ରଖାଯାଇଛି ।

ଗରିଲା କିମ୍ବା ଓରାଙ୍ଗଓଟାନଙ୍କୁ କରୋନା ସଂକ୍ରମିତ ହେବା ନେଇ କୌଣସି ଖବର ସାମ୍ନାକୁ ଆସିନି । ହେଲେ ବ୍ରୋଙ୍କସ୍ ପଶୁ ବାଟିକାରେ ମଲୟାନ୍ ବାଘୁଣୀ ନାଦିଆକୁ କରୋନା ସଂକ୍ରମିତ ହେବା ପରେ ଗରିଲା ଓ ଓରାଙ୍ଗଓଟାନଙ୍କୁ ଲକ୍‌-ଡାଉନ୍ ରେ ରଖାଯାଇଥିବା କହିଛନ୍ତି ଗରିଲା ପଶୁବିଶେଷଜ୍ଞ କିର୍ଷ୍ଟନ୍ ଗିଲାର୍ଡି ।

Leave A Reply

Your email address will not be published.