ପୁରୀ: କରୋନା ମୁକାବିଲା ପାଇଁ ଆଜିଠାରୁ ପୁରୀରେ କାର୍ଯ୍ୟକ୍ଷମ ହେଲା ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ ।
ସହରର ଜିଏଏମସି ହସ୍ପିଟାଲରେ ୬୦ ଟି ଶଯ୍ୟାର ବ୍ୟବସ୍ଥା ହୋଇଥିବା ବେଳେ ଆଇଡିଏଚ୍ରେ ୪୦ଟି ଓ ଏସ୍ଜେଏମ୍ କଲେଜରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର ପ୍ରସ୍ତୁତ ହୋଇଛି । ଏସବୁରେ ସ୍ପେଶାଲିଷ୍ଟ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ଫାର୍ମାସିଷ୍ଟ, ଟେକ୍ନିସିଆନ, ସଫେଇ କର୍ମାଚାରୀ, ପିପିଇ ସାମଗ୍ରୀ ସହ ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇଛି ।
ସ୍ୱଳ୍ପ ସମୟ ମଧ୍ୟରେ ଏହି ସ୍ୱତନ୍ତ୍ର କୋଭିଡ୍୧୯ ହସ୍ପିଟାଲ୍ ପ୍ରସ୍ତୁତ ହୋଇପାରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ପ୍ରଶାସନକୁ ପ୍ରଶଂସା କରିବା ସହିତ ରାଜ୍ୟରେ କରୋନା ବିରୋଧରେ ଚାଲିଥିବା ସଂଗ୍ରାମକୁ ଏହି ଅଧିକ ସୂଦୃଢ କରିବ ବୋଲି ଟୁଇଟ୍ କରିଛନ୍ତି ।
Comments are closed.