Latest Odisha News

BREAKING NEWS

କୋଭିଡ୍‌-୧୯: ସର୍ବିଆକୁ ୧ମିଲିଅନ୍ ୟୁରୋ ଦାନ କଲେ ନୋଭାକ୍ ଜୋକୋଭିକ୍ !

ସର୍ବିଆ: ନିଜ ଦେଶକୁ ୧ମିଲିଅନ୍ ୟୁରୋ ଡୋନେଟ୍ କଲେ ବିଶ୍ୱର ୧ନମ୍ବର ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିକ୍ । କରୋନାଭାଇରସ୍ ବିରୋଧୀ ଲଢେଇରେ ଆବଶ୍ୟକ ସଂରଜାମ କିଣିବା ପାଇଁ ନୋଭାକ ନିଜ ଦେଶକୁ ସହାୟତା ଦେଇଛନ୍ତି ।

୧୭ ଥର ଗ୍ରାଣ୍ଡ ସ୍ଲାମ୍ ଚାମ୍ପିୟନ୍ ସାନିଟାରୀ ସଂରଜାମ ଓ ଜୀବନ ରକ୍ଷାକାରୀ ମାସ୍କ କିଣିବା ପାଇଁ ପ୍ରାୟ ୮୦ କୋଟିରୁ ଅଧିକ ଟଙ୍କା ଡୋନେଟ୍ କରିଥିବା ଏକ ଟୁଇଟ୍ ଜରିଆରେ ଜଣାଇଛନ୍ତି ।

ତାଜା ସ୍ଥିତିରେ ସର୍ବିଆରେ ୪୫୦ଟି ପଜିଟିଭ କରୋନାଭାଇରସ୍‌ ମାମଲା ସକ୍ରିୟ ଥିଲାବେଳେ ୭ଜଣଙ୍କର ମୃତ୍ୟୁ ଘଟିଛି ।

କରୋନା ମହାମାରୀ ପାଇଁ ସମସ୍ତ ପ୍ରକାର କ୍ରୀଡା ପ୍ରତିଯୋଗୀତା ସ୍ଥଗିତ ଥିଲାବେଳେ ନିଜ ପରିବାର ସହ ସଙ୍ଗରୋଧ ସ୍ଥିତିରେ ଅଛନ୍ତି ନୋଭାକ୍ ଜୋକୋଭିକ ।

କରୋନା ବିରୋଧୀ ଲଢେଇରେ ନିଜ ଦେଶକୁ ନୋଭାକଙ୍କ ମୋଟା ଅଙ୍କର ଡୋନେସନ୍‌, ଅନେକଙ୍କୁ ପ୍ରେରଣା ଯୋଗାଇଛି ।

Leave A Reply

Your email address will not be published.