Latest Odisha News

BREAKING NEWS

କୋଭିଡ୍‌୧୯: ଧୋନୀ ଦେଲେ ଟଙ୍କା, ବିଗିଡିଲେ ସାକ୍ଷୀ !

ଝାଡଖଣ୍ଡ: କରୋନା ମହାମାରୀ ପାଇଁ ଧୋନୀ ଦାନ କରିଥିଲେ ୧ ଲକ୍ଷ ଟଙ୍କା । ହେଲେ ଏବେ ମିଡିଆ ଉପରେ ବର୍ଷିଛନ୍ତି ତାଙ୍କ ଧର୍ମପତ୍ନୀ ସାକ୍ଷୀ ।

ଗୁରୁବାର ଏକ ଚାରିଟେବଲ ଟ୍ରଷ୍ଟକୁ ଧୋନୀ ୧ଲକ୍ଷ ଟଙ୍କା ସହାୟତା ରାଶି ଦେଇଥିବା ଖବର ପ୍ରଚାରିତ ପରେ ବହୁ ଭାରତୀୟ ଧୋନୀଙ୍କୁ ସମାଲୋଚନା କରିବାକୁ ପଛାଇନଥିଲେ । ଜଣେ ଧନୀ କ୍ରିକେଟର ହୋଇ ମଧ୍ୟ ମାତ୍ର ୧ ଲକ୍ଷ ଟଙ୍କା ଡୋନେସନ ଅନେକଙ୍କୁ ହଜମ ହୋଇନଥିଲା ।

ହେଲେ ଏବେ ମିଡିଆ ଉପରେ ବର୍ଷିବା ସହ ସମସ୍ତ ଟୁଇଟ୍‌କୁ କଡା ଜବାବ ଦେଇଛନ୍ତି ସାକ୍ଷୀ । ଏକ ଟୁଇଟ୍ ଜରିଆରେ ସାକ୍ଷୀ କହିଛନ୍ତି ଯେ, ଧୋନୀ କୌଣସି ପ୍ରକାର ଅର୍ଥରାଶି କାହାକୁ ସହାୟତା ଦେଇନାହାନ୍ତି । ଦୟାପୂର୍ବକ ମିଥ୍ୟା ଖବର ପ୍ରଚାର କରନ୍ତୁ ନାହିଁ ।

ଗୁରୁବାର ଦିନ ଅନେକ ଗଣମାଧ୍ୟମ ଶିଖର ଧାୱନଙ୍କ ଡୋନେସନ୍ ଓ ଖାସ କରି ଧୋନୀଙ୍କ ୧ ଲକ୍ଷ ଟଙ୍କା ଡୋନେସନ ଖବରକୁ ପ୍ରକାଶ କରିଥିଲେ । ସେବେଠୁ ଅନେକ ଲୋକ ସୋସିଆଲ ମିଡିଆରେ ଧୋନୀଙ୍କୁ ଟ୍ରୋଲ୍ କରିଥିଲାବେଳେ ଜବାବ ରଖିଛନ୍ତି ସାକ୍ଷୀ ଧୋନୀ ।

Leave A Reply

Your email address will not be published.