Latest Odisha News

BREAKING NEWS

ପାକିସ୍ତାନୀ ଟିଭି ଚ୍ୟାନେଲରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁର ମିଥ୍ୟା ଖବର !

ଭୁବନେଶ୍ୱର: ହିତାହିତ ଜ୍ଞାନ ହରେଇ ବସିଛି ପାକିସ୍ତାନୀ ମିଡିଆ । ବିନା କୌଣସି ବଳିଷ୍ଠ ପ୍ରମାଣରେ ବଂଚିଥିବା ବ୍ୟକ୍ତିଙ୍କୁ ନିଜ ଅପରିପକ୍ୱ ମାନସିକତାରେ ମୃତ ଘୋଷଣା କରୁଛି ।

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ କରୋନାଭାଇରସ୍‌ରେ ସଂକ୍ରମିତ ହୋଇ ଆଇସିୟୁରେ ଆଡମିଟ୍ ହୋଇଛନ୍ତି । କିନ୍ତୁ ପାକିସ୍ତାନର ନମ୍ବର ୧ ଟିଭି ଚ୍ୟାନେଲ ଡନ୍ (Dawn) ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ପ୍ରସାରଣ କରିଥିଲା ।

ଏଭଳି ମିଥ୍ୟା ଖବର ପ୍ରସାରଣ ନେଇ ଖାସ କରି ପାକିସ୍ତାନୀ ନାଗରିକମାନେ ହିଁ ସଂପୃକ୍ତ ଟିଭି ଚ୍ୟାନେଲକୁ ସମାଲୋଚନା କରିବା ସହ ଟୁଇଟରରେ ଭିଡିଓଟିକୁ ଶେୟାର କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ବିବିସି ବ୍ରେକିଂ ର ଏକ ଫେକ୍ ଆକାଉଣ୍ଟ ର ଟୁଇଟ୍ ଉପରେ ନିର୍ଭର କରି ଟିଭି ଚ୍ୟାନେଲ ଡନ୍ (Dawn) ଏଭଳି ମିଥ୍ୟା ଗୁଜବକୁ ପ୍ରସାରଣ କରିଥିଲା ।

ତାଜା ସୂଚନା ଅନୁସାରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ ଏବେ ଭେଣ୍ଟିଲେଟର୍ ବଦଳରେ ଅକ୍ସିଜେନ୍ ସପୋର୍ଟରେ ସୁସ୍ଥ ଅଛନ୍ତି ।

Leave A Reply

Your email address will not be published.