Latest Odisha News

ଗର୍‌ବାରେ ନାଚି ନିଲମ୍ବନ ହେଲେ ମହିଳା ପୋଲିସ ଇନ୍ସପେକ୍ଟର !

ଭୋପାଳ: ଲକ୍‌-ଡାଉନରେ ଗର୍‌ବା ଖେଳି ଜଣେ ମହିଳା ପୋଲିସ କର୍ମଚାରୀ ନିଲମ୍ବିତ । ସୋସାଇଟି ଲକ୍‌-ଡାଉନ୍ ଥିବାବେଳେ ସାଥୀ କର୍ମଚାରୀଙ୍କ ସହ ନାଚିବା ଓ ସାମାଜିକ ଦୂରତ୍ୱ ଅବଲମ୍ବନ ନ କରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଛି ।

ଅହମଦାବାଦର ରୁରାଲ୍ ମହିଳା ପୋଲିସ ଇନ୍ସପେକ୍ଟର ଅନିଲା ବ୍ରହ୍ମଭଟ୍ଟଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି । ୪ଦିନ ପୂର୍ବରୁ ସଫଲ୍ ପରାସର୍ ଟାଉନ୍‌ସିପ୍‌ରେ ଇନ୍ସପେକ୍ଟର ବ୍ରହ୍ମଭଟ୍ଟ ଗର୍‌ବା ଖେଳିବା ନେଇ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା ।

ତେବେ ମନୋରଂଜନ ପାଇଁ ନୁହେଁ ବରଂ ବିଭିନ୍ନ ସଚେତନତାମୂଳକ ପ୍ରଚାର ପାଇଁ ଜଣେ ଗାୟୀକାଙ୍କୁ ଭୋପାଳ ପୋଲିସ ଚୁକ୍ତି କରିଥିଲା । ଏହି ସୁଯୋଗର ଫାଇଦା ଉଠାଇ ମହିଳା ଇନ୍ସପେକ୍ଟର ସାମାଜିକ ଦୂରତ୍ୱ ଅବଲମ୍ବନ ନ କରି ଗର୍‌ବାରେ ମସଗୁଲ୍ ରହିଥିଲେ ।

Leave A Reply

Your email address will not be published.